କନକ ବ୍ୟୁରୋ :  ବିଜେଡି ଓ ବିଜେପି ମଧ୍ୟରେ ତୀବ୍ର ହେଉଛି ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା । କଟକ ସିଡିଏରେ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କାର୍ଯ୍ୟକ୍ରମ ପୂର୍ବରୁ ଦେଖିବାକୁ ମିଳିଛି ଜୋରଦାର ହଙ୍ଗାମା । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପୂର୍ବରୁ ଗତକାଲି ଏହାକୁ କେନ୍ଦ୍ର ପ୍ରକଳ୍ପ କହି ଉଦଘାଟନ କରିଥିଲା ବିଜେପି ଯୁବ ମୋର୍ଚ୍ଚା । ଆଜି ମୁଖ୍ୟମନ୍ତ୍ରୀ ଗସ୍ତକୁ ବିରୋଧ କରି ପୁଲିସ ଗାଡ଼ି ଉପରକୁ ଅଣ୍ଡା ଫିଙ୍ଗିଥିଲେ ବିଜେପି କର୍ମୀ । କଳାପତାକା publive-imageଓ ଚୁଡି ପ୍ରଦର୍ଶନ କରିିବା ସହ ନାରାବାଜି କରିଥିଲା ଯୁବମୋର୍ଚ୍ଚା । ୩୦ ଜଣ ବିଜେପି କର୍ମୀଙ୍କୁ ପୁଲିସ ଅଟକ ରଖିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଏହି ଘଟଣା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି ।

Advertisment

ସେପଟେ ଭୁବନେଶ୍ୱର ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶପଥ ଓ ରିଜର୍ଭେସନ କାଂଉଟରକୁ ଉଦଘାଟନ କରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ରାଷ୍ଟ୍ରମନ୍ତ୍ରୀ ରାଜନ ଗୋହେନ । କିନ୍ତୁ ଏହି ଉଦଘାଟନୀ ଉତ୍ସବରେ ବିଜେଡି ନେତା କି ମନ୍ତ୍ରୀଙ୍କୁ ଦେଖିବାକୁ ମିଳିନଥିଲା । ତେବେ ଏହି କାର୍ଯ୍ୟକ୍ରମକୁ ଉପରଠାଉରିଆ ଭାବେ ତାଙ୍କୁ ଡକାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ସାହୁ ।

ଆଜି ଦିନତମାମ ପ୍ରକଳ୍ପ ଉଦଘାଟନକୁ ନେଇ ବିଜେଡି-ବିଜେପି ମଧ୍ୟରେ ବେଶ୍ ଟକ୍କର ଦେଖିବାକୁ ମିଳିଥିଲା । ଉଷୁମ ରହିଥିଲା କଟକ-ଭୁବନେଶ୍ୱରର ରାଜନୈତିକ ପାଣିପାଗ ।