କନକ ବ୍ୟୁରୋ: ବିଜେପି ଓ ବିଜେଡ଼ି ମୁହାଁମୁହିଁ । ଦୁଇ ଦଳର କର୍ମୀ ପିଟାପିଟା । ଏଭଳି ଘଟଣା ବଲାଙ୍ଗିର ପୁଇଁତଲା ବ୍ଲକ ଭାଲେର ଛକରେ ଘଟିଛି । ଭାଲେର-କୁରୁଲ ବ୍ରିଜର ଭିତିପ୍ରସ୍ତର ସ୍ଥାପନ ପାଇଁ ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଯାଉଥିବାବେଳେ ସ୍ଥାନୀୟ ବିଜେଡ଼ି କର୍ମୀ ଏହାକୁ ବିରୋଧ କରିଥିଲେ । କେବଳ ସେତିକି ନୁହେଁ ବିଧାୟକଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ ବିଜେଡି କର୍ମୀ । ସ୍ଥାନୀୟ ବିଜେଡ଼ି ନେତା ଓ କର୍ମୀ ବିରୋଧକୁ ନେଇ ବିଜେପି କର୍ମୀ ରାଗି ଯାଇଥିଲେ । ଫଳରେ ଦୁଇ ଦଳର କର୍ମୀ ହୋଇଥିଲେ ମୁହାଁମୁହିଁ । ପୁଇଁତଲା ପୁଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ଆୟତ କରିଛି । ବ୍ରିଜ ପାଇଁ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଉଦ୍ୟମ କରିଥିବାବେଳେ ବିଜେପି ବିଧାୟକ କଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରିବାକୁ ଆସିଛନ୍ତି ବୋଲି ବିଜେଡ଼ି ନେତା କହିଛନ୍ତି ।
ବଲାଙ୍ଗିର ପୁଇଁତଳାରେ ବିଜେପି ଓ ବିଜେଡ଼ି ମୁହାଁମୁହିଁ। ବିଧାୟକଙ୍କ ଆଗରେ ଦୁଇ ଦଳର କର୍ମୀ ହାତାହାତି।
/kanak/media/post_attachments/wp-content/uploads/2022/12/vlcsnap-2022-12-13-20h08m03s451.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)