କନକ ବ୍ୟୁରୋ : ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ପ୍ରଶାସନିକ ଅଧିକାରୀ । ପୋଲିସ ଡ଼ିଜି ଓ ମୁଖ୍ୟ ଶସନ ସଚିବଙ୍କ ଠାରୁ ଆରମ୍ଭ କରି ଓଡ଼ିଶା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେପି ।
ଏହି ଅଧିକାରୀ ମାନେ ନିର୍ବାଚନରେ ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିବା ଦଳ କହିଛି । ଏହାକୁ ପ୍ରେସମିଟରେ ବିଜେପି ସାଧାରଣ ସମ୍ପଦକ ପୃଥ୍ୱୀରାଜ ହରିଚନ୍ଦନ ସମାଲୋଚନା କରିଛନ୍ତି । ପ୍ରଶାସନିକ ଇତିହାସରେ ଏହା କଳଙ୍କର ଦାଗ ବୋଲି କହିଛି ବିଜେପି । ସରକାରୀ ଅଧିକାରୀ ଚାଟୁକାରିତା କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଶାସକ ଦଳ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । ଅମଲାତନ୍ତ୍ର ଉପରୁ ରାଜ୍ୟବାସୀଙ୍କ ଆସ୍ଥା ତୁଟିଯାଇଛି ବୋଲି କହିଛି ବିଜେପି । ରାଜ୍ୟରେ ଆଇନଶୃଂଖଳା ନାହିଁ । ମହିଳାଙ୍କ ଉପରେ ନିର୍ଯାତନା ବଢିଚାଲିଛି । ରାଜ୍ୟରେ ଦୁର୍ନୀତି ବ୍ୟାପକ ଭାବେ ବଢିଛି । ନିର୍ବାଚନ ବେଳେ ହିଂସା ଘଟୁଥିବା ବେଳେ ପୋଲିସ କି ପଦକ୍ଷେପ ନେଲା ବୋଲି ପ୍ରଶ୍ନ କରିଛି ରାଜ୍ୟ ବିଜେପି ।