ପୂର୍ବତନ ସୀମା ସୁରକ୍ଷା ବଳ(ବିଏସଏଫ୍) ଯବାନ ତେଜ୍ ବାହାଦୁର ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ଏବେ ଚର୍ଚ୍ଚା ପାଲଟିଛନ୍ତି। ବାରଣାସୀରୁ ତେଜ୍ ପ୍ରତାପଙ୍କ ନାମାଙ୍କନ ପତ୍ର ଖାରଜ ହେବା ପରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି। ତେଜ୍ ପ୍ରତାପ ଭିଡିଓଟିରେ କହୁଥିବାର ନଜର ଆସିଛନ୍ତି ଯେ ମୋତେ କେହି ୫୦ କୋଟି ଟଙ୍କା ଦେଲେ ମୁଁ ମୋଦୀଙ୍କ ହତ୍ୟା କରିଦେବି।
ତେବେ, ଜାଣିବାକୁ ମିଳିଛି ଭିଡିଓଟି ୨ ବର୍ଷ ତଳର ପୁରୁଣା। ଏହି ଭିଡିଓର ସତ୍ୟାସତ୍ୟ ଜଣାପଡ଼ି ନାହିଁ। ତେବେ, ଏହି ଭିଡିଓଟିକୁ ଦେଖିବା ପରେ ତେଜ୍ ବାହାଦୁର ନିଜେ ସେଥିରେ ଥିବା ସ୍ୱୀକାର କରିଛନ୍ତି। ମାତ୍ର ଏହା ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ତେଜ୍ ବାହାଦୁର କହୁଛନ୍ତି କି ମୋତେ ଟଙ୍କା ଦିଅନ୍ତୁ ମୁଁ ମୋଦୀଙ୍କ ହତ୍ୟା କରିଦେବି। ଭିଡିଓରେ ଥିବା ଅନ୍ୟ ଜଣେ ବ୍ୟକ୍ତି ପରିମାଣ ପଚାରିବାରୁ ସେ ୫୦ କୋଟି ବୋଲି କହୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/modi-tej_159432_730x419.jpg)
/kanak/media/post_attachments/wp-content/uploads/2019/05/1557143411-Tej_bahadur_yadav_video.jpg)