କନକ ବ୍ୟୁରୋ: ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାଁରେ ବିଜେପି ଆଣିଲା ଅଭିଯୋଗ । ଦୂତୀଙ୍କ ବିରୋଧରେ ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେପି ପ୍ରତିନିଧି ଦଳ । ବିଜେପି ଅଭିଯୋଗ ମୁତାବକ, ଦୂତୀ ରାଜ୍ୟ ନିର୍ବାଚନ କିମଶନଙ୍କ ଆମ୍ବାସଡ଼ାର ହୋଇଥିବାବେଳେ କନ୍ଧମାଳ ବିଜେଡି ଲୋକସଭା ପ୍ରାର୍ଥୀ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ଭୋଟ ମାଗୁଛନ୍ତି । ଏନେଇ ଦୂତୀ ନିଜ ଅଫିସିଆଲ ଫେସବୁକ୍ ଆକାଉଣ୍ଟରେ ଅଚ୍ୟୁତଙ୍କ ପାଇଁ ଭୋଟ ଭିକ୍ଷା କରୁଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ବିଜେପି ପ୍ରତିନିଧି ଦଳ ବୋଲି କହିଛି ।
ସେପଟେ ଦୂତୀ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଆଉ କହିଛନ୍ତି କି, ମୁଁ ମୋର ବ୍ୟକ୍ତି ଗତ ହିସାବରେ ଡକ୍ଟର ଅଚ୍ୟୁତ ସାମନ୍ତ ସାର୍ ଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛି । ମୁଁ କୌଣସି ଦଳକୁ ସମର୍ଥନ କରୁନାହିଁ କି କୌଣସିବ୍ୟକ୍ତିଙ୍କୁ ନିବେଦନ କରୁନାହିଁ ଡକ୍ଟର ଅଚ୍ୟୁତ ସାମନ୍ତ ସାର୍ ଙ୍କୁ ଭୋଟ ଦେବାପାଇଁ । ଡକ୍ଟର ଅଚ୍ୟୁତ ସାମନ୍ତ ମୋର ଜଣେ ଭଗବାନ ସଦୃଶ ସେ ମୋ କ୍ରୀଡା କ୍ୟାରିୟର ଆଗକୁ ନେବାରେ ବହୁତ ସାହାଯ୍ୟ କରିଛନ୍ତି ତେଣୁ ତାଙ୍କୁ ମୁଁ ମୋର ବ୍ୟକ୍ତି ଗତ ହିସାବରେ ତାଙ୍କୁ ଶୁଭେଚ୍ଛା ଜଣାଇଛି । ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି ଫେସବୁକରେ ଜଣାଇଛନ୍ତି ଦୂତୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/07Dutee-Chand.jpg)