ବାଲେଶ୍ୱରରେ ବିଜେପି-ବିଜେଡି କାଣ୍ଟେକା ଟକ୍କର । ପୁଣି ବଢିଲା ବିଜେପି । ୨୦ତମ ରାଉଣ୍ଡରେ ଆଗରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ

ବିଜେଡି- ୧୬୭୨, ବିଜେପି- ୨୧୮୬

296

କନକ ବ୍ୟୁରୋ: ବାଲେଶ୍ୱରର ୧୯ତମ ରାଉଣ୍ଡରେ ବିଜେଡିଠୁ ମାତ୍ର ୫୯ଖଣ୍ଡ ଭୋଟରେ ଆଗୁଆ ରହିଛି ବିଜେଡି । ୧୯ତମ ରାଉଣ୍ଡ ପର୍ର୍ୟାୟ ପର୍ଯ୍ୟାୟ ଗଣିତ ସୁରେ ବିଜେପିକ ପ୍ରାର୍ଥୀ ମାନସ ଦତଙ୍କୁ ୨୧୯୨ଟିି ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ପାଇଛନ୍ତି ୨୧୩୩ଖଣ୍ଡ ଭୋଟ୍ । ସେହିଭଳି ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ସପକ୍ଷରେ ପଡିଛି ମାତ୍ର ୧୦୭ଟି ଭୋଟ୍ । ତେବେ ୧୯ ରାଉଣ୍ଡ ଶେଷ ସୁଦ୍ଧା ବିଜେପିଠାରୁ ମାତ୍ର ୭ ହଜାର ୩୬୪ ଖଣ୍ଡ ଭୋଟରେ ଆଗରେ ରହିଛି ବିଜୁ ଜନତା ଦଳ ।

ସେହିଭଳି ୨୦ ତମ ରାଉଣ୍ଡରେ ବି ସମାନ ଆସନ ବଜାୟ ରଖିଛି ଭାରତୀୟ ଜନତା ପାର୍ଟି । ୧୯ ପରେ ୨୦ତମ ଗଣତି ପର୍ଯ୍ୟାୟରେ ବି ବିଜେଡିକୁ ମାତ୍ ଦେଇ ଆଗୁଆ ରହିଛି ବିଜେପି । ଏହି ରାଉଣ୍ଡରେ ବିଜେପି ପ୍ରାର୍ଥୀ ମାନସ କୁମାର ଦତଙ୍କୁ ୨୧୮୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡି ଭାଗକୁ ଯାଇଛି ମାତ୍ର ୧୬୭୨ଟି ଭୋଟ୍ । ସେହିଭଳି ୨୦ତମ ରାଉଣ୍ଡରେ ୧୨୧ଟି ଭୋଟ୍ କଂଗ୍ରେସ ହାତକୁ ଯାଇଥିବା ସୂଚନା ମିଳିଛି । ଅନ୍ୟପଟେ, ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେପିଠାରୁ ମାତ୍ର ୬ ହଜାର ୮୫୦ ଖଣ୍ଡ ଭୋଟରେ ଆଗୁଆ ରହିଛି ବିଜେଡି ।