କନକ ବ୍ୟୁରୋ : ଜନାଦେଶ ୨୦୨୨ । ଗୋଆରେ ୪୦ ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଛି । ବିଜେପି ୨୦ ଆସନରେ ଆଗୁଆ ରହିଛି । ସେପଟେ କଂଗ୍ରେସ ମଧ୍ୟ କଡା ଟକ୍କର ଦେଉଛି । ୧୩ ଆସନରେ କଂଗ୍ରେସ ଆଗୁଆ ରହିଛି । ଟିଏମସି ୪ ଆସନରେ ଆଗୁଆ ରହିଥିବା ବେଳେ ଅନ୍ୟାନ୍ୟ ଦଳ ୩ ଆସନରେ ଆଗୁଆ ରହିଛନ୍ତି ।
ଜନାଦେଶ ୨୦୨୨ : ଗୋଆରେ ଆସିଲା ୪୦ ଆସନର ଟ୍ରେଣ୍ଡ । ବିଜେପି ୨୦ ଆସନରେ ଆଗୁଆ, କଡା ଟକ୍କର ଦେଉଛି କଂଗ୍ରେସ । #ElectionWithKanakNews#MaskUpOdisha#ElectionResults#KanakNews#Goapic.twitter.com/hBEtEcAdgg
— Kanak News (@kanak_news) March 10, 2022
୨୦୧୭ରେ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିଲା କଂଗ୍ରେସ । ୪୦ରୁ ୧୭ଟି ଆସନ ଜିତିଥିଲେ ମଧ୍ୟ ସରକାର ଗଢି ପାରିନଥିଲା । ୧୩ଟି ଆସନ ଜିତିଥିଲେ ମଧ୍ୟ ବିଜେପି ସରକାର ଗଢିପାରିଲା । ସ୍ୱାଧୀନ ଓ ଅନ୍ୟ ଆଂଚଳିକ ଦଳ ସହ ମିଶି କ୍ଷମତାରେ ବସିଲା । ଏମଜିପି ଓ ଜିଏଫପି ସହ ହାତ ମିଳାଇଥିଲା ବିଜେପି । ମନୋହର ପାରିକର ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ । ୨୦୧୯ରେ ପାରିକରଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ହେଲେ ପ୍ରମୋଦ ସାୱନ୍ତ ।ଏଥର ଗୋଆରେ ପାଦ ଥାପିବାକୁ ଚାହୁଁଛନ୍ତି ଟିଏମସି ଓ ଆପ୍ ।