ଫଳାଫଳ ପୂର୍ବରୁ ‘ପରାଜୟ’ ସ୍ୱୀକାର ! ଭୋଟ୍ ଗଣତି ଶେଷ ହେବା ପୂର୍ବରୁ ପରାଜୟ ସ୍ୱୀକାର କଲା କି ବିଜେପି? ଦଳୀୟ କାର୍ଯ୍ୟାଳୟରେ ଲାଗିଥିବା ପୋଷ୍ଟରକୁ ନେଇ ଚର୍ଚ୍ଚା

ଫଳାଫଳ ପୂର୍ବରୁ ‘ପରାଜୟ’ ସ୍ୱୀକାର ! ଭୋଟ୍ ଗଣତି ଶେଷ ହେବା ପୂର୍ବରୁ ପରାଜୟ ସ୍ୱୀକାର କଲା କି ବିଜେପି? ଦଳୀୟ କାର୍ଯ୍ୟାଳୟରେ ଲାଗିଥିବା ପୋଷ୍ଟରକୁ ନେଇ ଚର୍ଚ୍ଚା

ବିଜେପି ଦିଲ୍ଲୀ କାର୍ଯ୍ୟାଳୟରେ ଲାଗିଲା ‘ପରାଜୟ’ ପୋଷ୍ଟର

ମନୋଜ ତିୱାରୀଙ୍କ ଦାବି- ୫୫ଟି ସିଟରେ ଜିତିବ ବିଜେପି

କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଆରମ୍ଭ ହୋଇଯାଇଛି । ଏପରିକି ଏହାର ପ୍ରଥମ ପର୍ଯ୍ୟାୟ ଗଣତିର ମଧ୍ୟ ନିର୍ଯାସ ବାହାରିସାରିଲାଣି । ଯେଉଁଥିରେ ବିରୋଧୀଙ୍କଠାରୁ ବହୁ ଆଗରେ ରହି ଆମ ଆଦମୀ ପାର୍ଟି । ଅର୍ଥାତ୍ ୭୦ଟି ଆସନ ମଧ୍ୟରୁ ଆପ ବର୍ତ୍ତମାନ ସୁଦ୍ଧା ୫୭ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୧୩ ଏବଂ ଏକଜିଟ୍ ପୋଲ ଅନୁସାରେ କଂଗ୍ରେସକୁ ମିଳିଛି ନୈରାଶ ଜନକ ଭୋଟ୍ । ଆଉ ଏଥିରୁ ଅନୁମାନ କରିହେଉଛି କି ଏଥର ପୁଣି ଥରେ ଦିଲ୍ଲୀ ଦଖଲ କରିବ କେଜ୍ରିବାଲଙ୍କ ଆପ୍ ସରକାର ।

publive-image

ତେବେ ଏସବୁ ମଧ୍ୟରେ ଭାରତୀୟ ଜନତା ପାର୍ଟିର ଦିଲ୍ଲୀସ୍ଥିିତ କାର୍ଯ୍ୟାଳୟର କାନ୍ଥରେ ଲାଗିଥିବା ଏକ ପୋଷ୍ଟର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଆଉ ଏହି ପୋଷ୍ଟରଟି ସାମ୍ନାକୁ ଆସିବା ପରେ ଅନୁମାନ କରାଯାଉଛି କି ଭୋଟ ଗଣତି ଶେଷ ହେବା ପୂର୍ବରୁ ହିଁ ବିଜେପି ତାର ପରାଜୟ ସ୍ୱୀକାର କରିନେଇଛି ? ସୂଚନା ଅନୁସାରେ, ବିଜେପିର ଦିଲ୍ଲୀ ଅଫିସରେ ଲାଗିଛି ଏକ  ପୋଷ୍ଟର । ଯେଉଁଥିରେ ରହିଛି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଫଟୋ ଆଉ ଫଟୋ ତଳେ ଲେଖା ଯାଇଛି – ବିଜୟରେ ଆମେ ଅହଂକାରୀ ହେଉଁନା ଏବଂ ପରାଜୟରେ ଆମେ ନିରାଶ ହେଉଁନା । ତେବେ ଉକ୍ତ ପୋଷ୍ଟରଟିକୁ ବିଜେପିର ଦିଲ୍ଲୀ ୟୁନିଟ୍ ତରଫରୁ ହିଁ ଲଗାଯାଇଥିବା ଜଣାପଡିଛି ।

୫୫ଟି ଆସନରେ ଜିତିବ ବିଜେପି: ମନୋଜ ତିୱାରୀ

ଦିଲ୍ଲୀରେ ବିଜେପିର ଚେହେରା ବନିଥିବା ମନୋଜ ତିୱାରୀଙ୍କ ଯୁକ୍ତିି ବାଢିଛନ୍ତି ଏଥିରେ କୌଣସି ବିଚଳିତ ହେବାର ପ୍ରଶ୍ନ ଉଠୁନାହିଁ । କାରଣ ଆମର ପୂରା ବିଶ୍ୱାସ ରହିଛି କି ଦିଲ୍ଲୀରେ ପଦ୍ମ ହିଁ ଫୁଟିବ । ଏଥିରେ କୌଣସି ସନ୍ଦେହ ନାହିଁ । ଏଥି ସହ ଦିଲ୍ଲୀରେ ହୋଇଥିବା ୭୦ଟି ଆସନରୁ ୫୫ଟି ଆସନ ବିଜେପି ହିଁ ଅକ୍ତିଆର କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପି ନେତା ।

ହନୁମାନ ମନ୍ଦିରରେ ବିଜେପି ନେତାଙ୍କ ପୂଜାର୍ଚ୍ଚନା

ଭୋଟ୍ ଗଣତି ପୂର୍ବରୁ ବିଜେପି ନେତା ତଥା ରାଜ୍ୟସଭା ସଦସ୍ୟ ବିଜୟ ଗୋଏଲ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କର ଦାବି ରହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ପାଇଁ ଦିଲ୍ଲୀରେ ବିଜେପି ସରକାର ଗଢିବ ଆଉ ବିଜେପି ନିଜ ଦମରେ ହିଁ ବହୁମତ ହାସଲ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe