କେନ୍ଦ୍ରାପଡା ଋଣନୀତି ପାଇଁ ବିଜେଡିର ବଡ ପ୍ରସ୍ତୁତି , ଉଭୟ ଲୋକସଭା ଓ ବିଧାନସଭା ପାଇଁ ଦଳ ପ୍ରସ୍ତୁତ କରିଛି ବ୍ଳୁ ପ୍ରିଣ୍ଟା

478

କନକବ୍ୟୁରୋ: କେନ୍ଦ୍ରାପଡା ପାଇଁ ବିଜେଡିର ବଡ ପ୍ରସ୍ତୁତି । ଉଭୟ ଲୋକସଭା ଓ ୭ ବିଧାନସଭାରେ ବାଜି ମାରିବାକୁ ବ୍ଲ୍ୟୁ ପ୍ରିଂଟ୍ ପ୍ରସ୍ତୁତ କରିଛି ଦଳ । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ରେକର୍ଡ ସ୍ତରୀୟ ବିଜୟ ନେଇ ରଣନୀତି ପ୍ରସ୍ତୁତ କରିଛି ବିଜୁ ଜନତା ଦଳ ।

ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ତଥା ମହାକାଳପଡା ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀଙ୍କ ଘରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ପାଟକୁରା ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ରଙ୍କ ସମେତ କେନ୍ଦ୍ରାପଡାର ଅନ୍ୟ ବିଜେଡି ନେତା ଉପସ୍ଥିତ ରହି ଏ ଦିଗରେ ଆଲୋଚନା କରିଛନ୍ତି ।