କନକବ୍ୟୁରୋ: କେନ୍ଦ୍ରାପଡା ପାଇଁ ବିଜେଡିର ବଡ ପ୍ରସ୍ତୁତି । ଉଭୟ ଲୋକସଭା ଓ ୭ ବିଧାନସଭାରେ ବାଜି ମାରିବାକୁ ବ୍ଲ୍ୟୁ ପ୍ରିଂଟ୍ ପ୍ରସ୍ତୁତ କରିଛି ଦଳ । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ରେକର୍ଡ ସ୍ତରୀୟ ବିଜୟ ନେଇ ରଣନୀତି ପ୍ରସ୍ତୁତ କରିଛି ବିଜୁ ଜନତା ଦଳ ।
ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ତଥା ମହାକାଳପଡା ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀଙ୍କ ଘରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ପାଟକୁରା ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ରଙ୍କ ସମେତ କେନ୍ଦ୍ରାପଡାର ଅନ୍ୟ ବିଜେଡି ନେତା ଉପସ୍ଥିତ ରହି ଏ ଦିଗରେ ଆଲୋଚନା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/Screen-Shot-2024-04-25-at-5.42.39-PM.png)