ସଂସଦର ମୌସୁମୀ ଅଧିବେଶରେ ବିଜେଡି ଉଠାଇବ ଆବାସ ପ୍ରସଙ୍ଗ। ଦଳର ଅଭିଯୋଗ, ଆକ୍ରୋଶମୂଳକ ଭାବେ ଓଡିଶାକୁ କରାଗଲା ଅବହେଳା

Advertisment
ସଂସଦର ମୌସୁମୀ ଅଧିବେଶରେ ବିଜେଡି ଉଠାଇବ ଆବାସ ପ୍ରସଙ୍ଗ। ଦଳର ଅଭିଯୋଗ, ଆକ୍ରୋଶମୂଳକ ଭାବେ ଓଡିଶାକୁ କରାଗଲା ଅବହେଳା

କନକ ବ୍ୟୁରୋ: ସଂସଦରେ ଆଜିଠୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଚଳିତ ଅଧିବେଶନରେ ଆବାସ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ରଣନୀତି କରିଛି ବିଜେଡି । ଦଳ ଅଭିଯୋଗ କରିଛି, କେନ୍ଦ୍ର ସରକାର ଓଡିଶାର ୪ ଲକ୍ଷ ଘର କାଟିଦେଇଛନ୍ତି । ଆକ୍ରୋଶମୂଳକ ଭାବେ ଓଡିଶାକୁ ଅବହେଳା କରାଯାଇଥିବା ବିଜେଡି ଅଭିଯୋଗ ଆଣିଛି । ଏହାର ଜବାବ ଦେଇଛି ବିଜେପି । ଦଳ କହିଛି ଓଡିଶାରେ ଆବାସ ଯୋଜନା ପାଇଁ ଜମି ବଡ ସମସ୍ୟା ପାଲଟିଛି ।

ଭୂମିହୀନଙ୍କୁ ରାଜ୍ୟ ସରକାର ଘରଡିହ ଦେଇନଥିବାରୁ ଆବାସ ପାଇଥିବା ହିତାଧିକାରୀମାନେ ମଧ୍ୟ ଘର ଆରମ୍ଭ କରିପାରୁନାହାନ୍ତି । ସଂସଦରେ ଆବାସ ପ୍ରସଙ୍ଗରେ ବିଜେଡିକୁ ଜବାବ ଦେବା ପାଇଁ ଦଳ ପ୍ରସ୍ତୁତ ବୋଲି ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe