କନକ ବ୍ୟୁରୋ: ସଂସଦରେ ଆଜିଠୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଚଳିତ ଅଧିବେଶନରେ ଆବାସ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ରଣନୀତି କରିଛି ବିଜେଡି । ଦଳ ଅଭିଯୋଗ କରିଛି, କେନ୍ଦ୍ର ସରକାର ଓଡିଶାର ୪ ଲକ୍ଷ ଘର କାଟିଦେଇଛନ୍ତି । ଆକ୍ରୋଶମୂଳକ ଭାବେ ଓଡିଶାକୁ ଅବହେଳା କରାଯାଇଥିବା ବିଜେଡି ଅଭିଯୋଗ ଆଣିଛି । ଏହାର ଜବାବ ଦେଇଛି ବିଜେପି । ଦଳ କହିଛି ଓଡିଶାରେ ଆବାସ ଯୋଜନା ପାଇଁ ଜମି ବଡ ସମସ୍ୟା ପାଲଟିଛି ।

Advertisment

ଭୂମିହୀନଙ୍କୁ ରାଜ୍ୟ ସରକାର ଘରଡିହ ଦେଇନଥିବାରୁ ଆବାସ ପାଇଥିବା ହିତାଧିକାରୀମାନେ ମଧ୍ୟ ଘର ଆରମ୍ଭ କରିପାରୁନାହାନ୍ତି । ସଂସଦରେ ଆବାସ ପ୍ରସଙ୍ଗରେ ବିଜେଡିକୁ ଜବାବ ଦେବା ପାଇଁ ଦଳ ପ୍ରସ୍ତୁତ ବୋଲି ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା କହିଛନ୍ତି ।