କନକ ବ୍ୟୁରୋ: ଅଷ୍ଟାଦଶ ଲୋକସଭାରେ ଶୁଭିବନାହିଁ ବିଜେଡିର ସ୍ୱର । ଏକଦା ସଂସଦର ଏହି ନିମ୍ନ ସଦନରେ ବିଜେଡିର ୨୦ ସାଂସଦ ପ୍ରତିନିଧିତ୍ୱ କରୁଥିଲେ । ଏବେ କିନ୍ତୁ ଜଣେ ବି ସାଂସଦ ସଂସଦରେ ନାହାନ୍ତି । ସାଧାରଣ ନିର୍ବାଚନରେ ଓଡିଶାର ୨୧ ସାଂସଦଙ୍କ ମଧ୍ୟରେ ବିଜେପି ୨୦ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି ।

Advertisment

୨୦୧୪ରେ ବିଜେଡି ସର୍ବାଧିକ ୨୦ଟି ଲୋକସଭାରେ ବିଜୟୀ ହୋଇଥିଲା । ଆଉ ବିଜେପିରୁ କେବଳ ଜୁଏଲ ଓରାମ ବିଜୟୀ ହୋଇଥିଲେ । ଏବେ କିନ୍ତୁ ୧୦ ବର୍ଷରେ ସ୍ଥିତି ବଦଳିଯାଇଛି । ରାଜ୍ୟରେ ବିଜେପି ସରକାର ଗଢିଛି । ଆଉ ଲୋକସଭାରେ ବିଜେଡିର କୌଣସି ସାଂସଦ ନାହାନ୍ତି । କିନ୍ତୁ ରାଜ୍ୟସଭାରେ ବିଜେଡିର ୯ ସାଂସଦ ରହିଛନ୍ତି । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟିଛନ୍ତି ଦଳର ରାଜ୍ୟସଭା ସାଂସଦ । ଏନଇଇଟି ପରୀକ୍ଷା ବିବାଦଠୁ ଆରମ୍ଭ କରି ଦର ବୃଦ୍ଧି ଆଦି ଅନେକ ପ୍ରସଙ୍ଗ ରହିଛି । ସଂସଦୀୟ ଦଳ ବୈଠକରେ ଦଳର ଆଭିମୁଖ୍ୟ କଣ ରହିବ ଦଳର ସଭାପତି ସାଂସଦମାନଙ୍କୁ ମାର୍ଗଦର୍ଶନ ଦେବେ ।