କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡିର କସରତ । ତୃଣମୂଳ ସ୍ତରରେ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଆରମ୍ଭ ହୋଇଛି ବିଜେଡିର ତାଲିମ ଶିବିର । ସେପଟେ ଭାରତୀୟ ଜନତା ପାର୍ଟି ମଧ୍ୟ ନିର୍ବାଚନ ପାଇଁ ଆରମ୍ଭ କରିଦେଇଛି ଜୋରଦାର ପ୍ରସ୍ତୁତି । ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚିିବା ପାଇଁ ସ୍ୱତନ୍ତ୍ର ରଣନୀତି କରିଛି ଦଳ । ଏଥିପାଇଁ ପ୍ରତି ୨ଟି ଲୋକସଭା ଆସନରେ ଗୋଟିଏ ଲେଖାଏଁ କଲସେଣ୍ଟର ବା ୱାର ରୁମ୍ ଖୋଲିବାକୁ ନିଷ୍ପତି ନେଇଛି ଭାରତୀୟ ଜନତା ପାର୍ଟି ।

Advertisment
  • ୨୪ ନିର୍ବାଚନ ପାଇଁ ରଣନୀତି
  • ବିଜେଡିର ପ୍ରଶିକ୍ଷଣ ବନାମ ବିଜେପିର ୱାର ରୁମ

ଶଙ୍ଖ ଭବନରେ ବିଜେଡିର ପ୍ରଶିକ୍ଷଣ ଶିବିର । ତୃଣମୂଳ ସ୍ତରରେ ନେତା ଓ କର୍ମୀଙ୍କୁ ବରିଷ୍ଠ ନେତା ଦେଇଛନ୍ତି ଗୁରୁମନ୍ତ୍ର । ଗୋଟିଏ ନୁହେଁ କି ଦୁଇଦିନ ନୁହେଁ ଦୀର୍ଘ ୩୭ ଦିନ ଧରି ନେତା ଓ କର୍ମୀଙ୍କୁ ତାଲିମ ଦେବେ ବରିଷ୍ଠ ନେତା । ୧୪୭ ବିଧାନସଭା କ୍ଷେତ୍ରର ସମସ୍ତ ପଞ୍ଚାୟତରୁ ୪ ଜଣ ସକ୍ରିୟ କର୍ମୀଙ୍କୁ ଦିଆଯିବ ତାଲିମ୍ । ୪ଟି ପର୍ଯ୍ୟାୟରେ ୮୦୦ କର୍ମୀ ତାଲିମ ନେବେ । ୩୦ ହଜାରରୁ ଅଧିକ କର୍ମୀଙ୍କୁ ମାଷ୍ଟ୍ରର ଟ୍ରେନର ଭାବେ ସାମିଲ କ୍ରାଯିବ । ସରକାରଙ୍କ ଯୋଜନାକୁ ଲୋକଙ୍କ ପହଞ୍ଚାଇବାକୁ ତୃଣମୂଳସ୍ତରର ନେତାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ବରିଷ୍ଠ ନେତା ।

ହଠାତ୍ କାହିଁକି ଦରକାର ପଡିଲା ତାଲିମ?

୧. ଅଧାରୁ ଅଧିକ ନିର୍ବାଚନମଣ୍ଡଳୀରେ ଉଗ୍ର ହେଉଛି ଅସନ୍ତୋଷ

୨. କିଛି ଆସନରେ ଅନେକ ଆଶାୟୀ ଦଳ ପାଇଁ ମୁଣ୍ଡବ୍ୟଥା

୩. ଅସନ୍ତୋଷକୁ ପ୍ରଶମିତ କରିବାକୁ ତୃଣମୂଳ ସ୍ତରରେ ଆଲୋଚନା କରୁଛି ଦଳ

୪. ତଳସ୍ତରର ନେତାଙ୍କ ଫିଡବ୍ୟାକ ନେଇ ବିଧାୟକଙ୍କ ଲୋକପ୍ରୟିତା ମାପୁଛି ଦଳ

  • ବିଜେପିର ବଡ ମାଧ୍ୟମ ମୋବାଇଲ ଫୋନ
  • କଲ୍ ସେଣ୍ଟର ଖୋଲିବ ବିଜେପି

୨୦୧୯ ଭଳି ୨୦୨୪ରେ ବି ବିଜେପିର ବଡ ମାଧ୍ୟମ ପାଲଟିବ ମୋବାଇଲ ଫୋନ । ଏଥିପାଇଁ ଖାସ ରଣନୀତି ଆପଣାଇଛି ଦଳ । ଯୋଜନା ଅନୁସାରେ...

  1. ଦେଶରେ ବିଜେପି ୨୫୦ଟି କଲ ସେଣ୍ଟର ପ୍ରତିଷ୍ଠା କରିବ
  2. ପ୍ରତି ୨ଟି ଲୋକସଭା ଆସନରେ ଗୋଟିଏ କଲ ସେଣ୍ଟର ରହିବ
  3. କାର୍ଯ୍ୟକର୍ତ୍ତା ନିଜ ଅଞ୍ଚଳରେ ଲୋକଙ୍କ ପାଖରେ ଦଳର ସନ୍ଦେଶ ପଂହଚାଇବେ
  4. କଲ ସେଣ୍ଟରର ଦ୍ୱିତୀୟ ଟିମ ବିରୋଧୀଙ୍କ ମୁକାବିଲା କରିବେ
  5. ରାଜ୍ୟ ସ୍ତରରେ ଦୁଇଟି ୱାରରୁମ ରହିବ
  6. ବିରୋଧୀ ଦଳର ଜନସଭା ଓ ରାଲିକୁ ଜିଓମ୍ୟାପିଂ କରାଯିବ
  7. ବିରୋଧୀ ଦଳ ଜନସଭାକୁ ଯାଇଥିବା ଲୋକଙ୍କୁ ଫୋନରେ ସନ୍ଦେଶ ପଂହଚାଯିବ

ମୋଦିଙ୍କୁ ଟକ୍କର ଦେବାକୁ ଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଚେକ୍ ଦେବାକୁ ବିଜେପିର ଏହା ନୂଆ ରଣନୀତି ବୋଲି କୁହାଯାଉଛି । ସେପଟେ କଂଗ୍ରେସ ମଧ୍ୟ କର୍ମୀଙ୍କୁ ଆସନ୍ତା ମାସରୁ ପ୍ରଶିକ୍ଷଣ ଦେବ ।