ଭୁବନେଶ୍ୱର ବିଜେବି କଲେଜରେ ବିଜେଡିର ସାମାଜିକ କାର୍ଯ୍ୟକ୍ରମ । ସାମିଲ ହେଲେ ଶହ ଶହ ସଂଖ୍ୟାର ପୁରୁଣା ଓ ନୂଆ ଛାତ୍ରଛାତ୍ରୀ 

କୋଭିଡ ନିୟମର ହେଲା ଖୋଲାଖୋଲି ଉଲ୍ଲଙ୍ଘନ

73

କନକ ବ୍ୟୁରୋ : ଭୁବନେଶ୍ୱର ବିଜେବି ସ୍ୱଂୟଶାସିତ କଲେଜରେ ବିଜୁ ଛାତ୍ର ଜନତା ଦଳର ସାମାଜିକ କାର୍ଯ୍ୟକ୍ରମରେ ଏକାଠି ହୋଇଛନ୍ତି ଶହ ଶହ ସଂଖ୍ୟାରେ ବର୍ତମାନ ଓ ପୁରାତନ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମରେ ନେତାମାନେ ଏକାଠି ହୋଇ ଝାଡୁ ମାରିବା ସହ ଗଛ ଲଗାଇଥିଲେ । ଏଠାରେ କୋଭିଡ ନିୟମର ଉଲ୍ଲଙ୍ଘନ ଦେଖିବାକୁ ମିଳିଥିଲା । କଲେଜରେ ଶହ ଶହ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏମାନଙ୍କ ମଧ୍ୟରେ ମାସ୍କ ନଥିଲା କି ସାମାଜିକ ଦୂରତା ନଥିଲା । ଶହ ଶହ ଛାତ୍ରଛାତ୍ରୀ ଏକାଠି ହୋଇଥିଲା । ଏଥିରେ ମନ୍ତ୍ରୀ ବିଧାୟକ, ଛାତ୍ର ଜନତା ଦଳର ସଭାପତି ସାମିଲ ହୋଇଥିଲେ ।