କନକ ବ୍ୟୁରୋ: ବ୍ରହ୍ମପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ । ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଏବଂ ବ୍ରହ୍ମପୁର ସାଂସଦୀୟ କ୍ଷେତ୍ର ପାଇଁ ବିଜେଡିରୁ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ନିଜ ସମର୍ଥକଙ୍କୁ ନେଇ ପ୍ରଚାର ମୈଦାନକୁ ଓଲ୍ଲାଇଛନ୍ତି । ବ୍ରହ୍ମପୁର ଇଞ୍ଜିନିୟର୍ ସ୍କୁଲରୁ ବାହାରି ପ୍ରସିଦ୍ଧ ମା’ ବୁଢିଠାକୁରାଣୀ ମନ୍ଦିରରେ ମା’ଙ୍କ ଆର୍ଶୀବାଦ ନେଇଥିଲେ ।
ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ରମେଶଚନ୍ଦ୍ର ଚ୍ୟାଉ ପଟନାୟକ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ବିକ୍ରମ ପଣ୍ଡା ଓ ଚନ୍ଦ୍ରଶେଖର ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହା ସହ ଆଗାମୀ ଦିନରେ ବିଜେଡି ସରକାରଙ୍କ ଜନ ହିତକାରୀ ଯୋଜନା ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଲୋକପ୍ରିୟତା ତଥା ବ୍ରହ୍ମପୁର ସହରର ବିକାଶର କଥା ନେଇ ଦଳ ଭୋଟରଙ୍କ ପାଖରେ ପଂହଚିବ । ପୂର୍ବ ଥର ଅପେକ୍ଷା ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ଉଭୟ ସାଂସଦ ଓ ବିଧାୟକ ବହୁ ଭୋଟରେ ବିଜୟ ଲାଭ କରିବ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/7-4.jpg)