ବିଜେପୁର ଲଢ଼େଇ ପାଇଁ ପ୍ରସ୍ତୁତି ଆରମ୍ଭ। ଯେକୌଣସି ମୁହୁର୍ତ୍ତରେ ଘୋଷଣା ହୋଇପାରେ ତାରିଖ। ବିଜେଡି ଟିକେଟ ରେସରେ ରୀତା ସାହୁ ଆଗରେ

ବିଜେପୁର ଲଢ଼େଇ ପାଇଁ ପ୍ରସ୍ତୁତି ଆରମ୍ଭ। ଯେକୌଣସି ମୁହୁର୍ତ୍ତରେ ଘୋଷଣା ହୋଇପାରେ ତାରିଖ। ବିଜେଡି ଟିକେଟ ରେସରେ ରୀତା ସାହୁ ଆଗରେ

କନକ ବ୍ୟୁରୋ: ବିଜେପୁର ବିଗୁଲ ବାଜିବା ପୂର୍ବରୁ ଏକ ବଡ଼ଧରଣର କସରତ ଆରମ୍ଭ କରିଦେଇଛି ବିଜେଡି । ବିଜେପୁର ଉପ-ନିର୍ବାଚନରେ କିଏ ପ୍ରାର୍ଥୀ ହେବେ ସେନେଇ ବିଜେଡି ଏକ ୪ ଜଣିଆ କମିଟି ଗଠନ କରିଛି । ଏହି କମିଟି ପ୍ରାର୍ଥୀଙ୍କ ନାଁ ସୁପାରିଶ କରିବ । ଯାହା ଉପରେ ସୁପ୍ରିମୋଙ୍କ ମୋହର ବାଜିଲେ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ଏପଟେ କଂଗ୍ରେସ ଓ ବିଜେପି କାହାକୁ ପ୍ରାର୍ଥୀ କରିବେ ସେନେଇ ଦୁଇ ଦଳ ଜୋରଦାର କସରତ ଚଳାଇଛନ୍ତି । ଆଉ ଏସବୁ ଭିତରେ ବିଜେପୁରରେ ଏକ ପ୍ରକାର ପ୍ରଚାର ଆରମ୍ଭ ଦେଇଛନ୍ତି ବିଜେଡିର ରୀତା ସାହୁ ।

publive-image

ବିଜେପୁରରେ ରୀତାଙ୍କ ରାସ୍ତା ସଫା! ଟିକେଟ ରେସର ଆଗରେ ରୀତା ସାହୁ । ବିଧିବଦ୍ଧ ଭାବେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବା ପୂର୍ବରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇ ସାରିଛନ୍ତି ଟିକେଟ ଦୌଡ଼ରେ ଆଗରେ ଥିବା ଆଶାୟୀ ପ୍ରାର୍ଥୀ ରୀତା ସାହୁ । ବିଭିନ୍ନ ସଭା ସମିତିରେ ସାମିଲ ହେବା ସହ ସିଧାସଳଖ ଯାଇ ଲୋକଙ୍କୁ ଭେଟୁଛନ୍ତି । ଆଉ ଚର୍ଚ୍ଚା ହେଉଛି ରୀତା ସାହୁ, ବିଜେଡି ସୁପ୍ରିମୋଙ୍କୁ ଆସି ଭେଟିପାରନ୍ତି । ତେବେ ଟିକେଟ କାହାକୁ ମିଳିବ ତାହା ସୁପ୍ରିମଙ୍କ ନିଷ୍ପତି ବୋଲି ରୀତା କହିଛନ୍ତି ।

publive-image

ତେବେ ସୁବାସ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ମିଳିବା ପରେ ରୀତା ସାହୁଙ୍କ ରାସ୍ତା ଏକ ପ୍ରକାର ସଫା ହୋଇଯାଇଛି । ଆଉ ଏପଟେ ବିଜେଡି ଗଠନ କରିଛି ଏକ ୪ ଜଣିଆ କମିଟି । ଏହି କମିଟିରେ ଅଛନ୍ତି ସଂଜୟ ଦାସବର୍ମା, ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ ଏବଂ କଳିକେଶ ସିଂଦେଓ । ଏହି କମିଟି ପ୍ରାର୍ଥୀଙ୍କ ନାଁ ସୁପାରିଶ କରିବ । ଯାହା ଉପରେ ସୁପ୍ରିମୋଙ୍କ ମୋହର ବାଜିବା ପରେ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ।

publive-image

ଏପଟେ କଂଗ୍ରେସ କାହାକୁ ଟିକେଟ ଦେବ ସେନେଇ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ୩-୩ଥର ଚର୍ଚ୍ଚା ଆଲୋଚନା କରିଛି କଂଗ୍ରେସ । ଏହାରି ଭିତରେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିବା ରିପୁନାଥ ସେଠ୍ ପୁଣି ଥରେ ନିର୍ବାଚନ ଲଢ଼ିବା ପାଇଁ ଅଂଟା ଭିଡିଛନ୍ତି । ଉପ-ନିର୍ବାଚନ ସମୟରେ କଂଗ୍ରେସ ପ୍ରାର୍ଥୀ ଥିବା ପ୍ରଣୟ ସାହୁ, ଅଚନାକ୍ ଦଳ ଛାଡ଼ି ଦେବା ପରେ ବିଜେପୁରରେ କଂଗ୍ରେସର ମଙ୍ଗ ଧରିଥିଲେ ରିପୁନାଥ ସେଠ ।

publive-image

ବିଜେଡି ଓ କଂଗ୍ରେସର ଏହି ତାମାମ କସରତ ଭିତରେ ପ୍ରଶ୍ନ ହେଉଛି ବିଜେପୁର ଉପ-ନିର୍ବାଚନରେ କିଏ ହେବେ ବିଜେପି ପ୍ରାର୍ଥୀ? ଗତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ନା’ ସାଧାରଣ ନିର୍ବାଚନରେ ଲଢ଼ିବା ସନତ ଗଡ଼ତିଆ? ସନତ ଗଡ଼ତିଆଙ୍କୁ ଏହି ରେସରେ ଆଗରେ ଥିବା ଚର୍ଚ୍ଚା ହେଉଛି, କାରଣ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଲଢ଼ି ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ ସତନ ।

publive-image

୨୦୧୯ ନିର୍ବାଚନରେ ୨ଟି ଆସନରୁ ନିର୍ବାଚନ ଲଢ଼ିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମେ’ ୨୭ ତାରିଖରେ ବିଜେପୁର ଆସନ ଛାଡ଼ିଥିଲେ । ଅର୍ଥାତ୍ ଏହାର ୬ ମାସ ଭିତରେ ନିର୍ବାଚନ ହେବ । ତେଣୁ ଯେକୌଣସି ମୁହୂୁର୍ତରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe