କନକ ବ୍ୟୁରୋ: ମାଲକାନଗିରି ବିଜେଡିର ପୋଲାଭରମ ଅନୁସନ୍ଧନକାରୀ ଦଳ। ମାଲକାନଗିରରୁ ସିଧା ମୋଟୁ ଗସ୍ତ କରିଛି ବିଜେଡି ଟିମ୍। ରାଜ୍ୟର ଶେଷ ସୀମା କୁହାଯାଉଥିବା ମୋଗି ପଏଣ୍ଟ ବୁଲିଥିଲେ ବିଜେଡିର ଏହି ପ୍ରତିନିଧି ଟିମ୍। ଏଥିରେ ଆନ୍ଧ୍ର ଓ ଓଡ଼ିଶା କିଛି ଗାଁର ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଭଲମନ୍ଦ ପଚାରିବୁଝିଛନ୍ତି। ପୋଲଭରମ ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ଯାଇ ଟିମ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଜେଡିର ପୋଲାଭରମ ଟିମରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରବି ନାରାୟଣ ନନ୍ଦ, ଭୃଗୁ ବକ୍ସିପାତ୍ର, ଇଶ୍ବର ପାଣିଗ୍ରାହୀ।
ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରିର ଅନେକ ଅଞ୍ଚଳ କ୍ଷତିଗସ୍ତ ହେବ। ବଜେଟରେ କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପ ପାଇଁ ବ୍ୟୟ ବରାଦ କରିବା ପରେ ଏହାକୁ ନେଇ ରାଜନୀତି ତେଜିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏବେ ବିଜେଡି ଟିମ ପୋଲାଭରମ ଯୋଗୁଁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ସ୍ଥିତି ଅନୁଧ୍ୟାନ ପାଇଁ ଗସ୍ତ କରିଛି । ବିଜେଡି ଟିମ ସ୍ଥିତି ଅନୁଧ୍ୟାନ କରି ଦଳର ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/4-17.jpg)