କନକ ବ୍ୟୁରୋ: ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି । ୬ଟି ଲୋକସଭା ଏବଂ ୪୧ ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ ପ୍ରକ୍ରିୟା । ଆଉ ଗଣତନ୍ତ୍ରର ଏହି ମହାପର୍ବରେ ନିଜ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ରାଜ୍ୟ ରାଜନୀତରି ବହୁ ହେଭିୱେଟ୍ ନେତା । ଲମ୍ବା ଧାଡିରେ ଛିଡା ହେବା ସହିତ ନିଜ ମୂଲ୍ୟବାନ ଭୋଟ ଦେଇଛନ୍ତି ରାଜ୍ୟର ବହୁ ତୁଙ୍ଗ ନେତା । ବିଜେଡି , ବିଜେପି ଓ କଂଗ୍ରେସର ବହୁ ଚର୍ଚ୍ଚିତ ଚେହେରା ତଥା ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନେତା ନିଜର ମତଦାନ ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳିଛି ।
ବିଜେଡି ଭୋଗରାଇ ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ଭୋଗରାଇରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।
ସେହିଭଳି ଆଳି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରତାପ ଦେବ ଭୋଟ ଦେଇଛନ୍ତି । ଲମ୍ବା ଲାଇନରେ ଛିଡା ହେବା ସହ ଭୋଟ ଦେଇଛନ୍ତି ପ୍ରତାପ ।
ସେହିଭଳି ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ତଥା ଯାଜପୁର ସଦର ବିଧାୟକ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମଧ୍ୟ ମତଦାନ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟନ୍ତ କରିଛନ୍ତି । କଠିନ ଖରାରେ ଠିଆ ହୋଇ ସାଧାରଣ ଭୋଟରଙ୍କ ଭଳି ଲାଇନରେ ଛିଡା ହୋଇ ଭୋଟ୍ ଦେଇଛନ୍ତି ପ୍ରଣବ । ସେହିଭଳି ଧର୍ମଶାଳା ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।
ମୟୁରଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରିପଦାର ବୁଥ୍ ନଂ-୩୪ରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଏବଂ ବିଜେଡିର ବିଧାନସଭା ପ୍ରାର୍ଥୀ ସରୋଜିନୀ ହେମ୍ରମ୍ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଠିକ୍ ସେହିପରି ମୟୁରଭଞ୍ଜ ଲୋକସଭା ବିଜେଡିର ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ମଧ୍ୟ ବାରିପଦାର ୨୬ ନଂ ଓ୍ଵାର୍ଡରେ ଭୋଟ୍ ଦେଇଛନ୍ତି।
ଏହାଛଡା କଂଗ୍ରେସ ଜଗତସିଂହପୁର ଚିରଂଜୀବି ବିଶ୍ୱାଳ ମଧ୍ୟ ନିଜ ପରିବାରବର୍ଗଙ୍କ ସହ ଲମ୍ବା ଲାଇନରେ ଛିଡା ହେବା ସହ ଭୋଟ ଦେଇଛନ୍ତି ।
ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ପର୍ଯ୍ୟାୟରେ ୧୦ ହଜାର ୭୯୨ଟି ବୁଥରେ ମତଗ୍ରହଣ କରାଯିବ,ଯେଉଁଥିରେ ୯୫ ଲକ୍ଷ ୬୫୩ଜଣ ଭୋଟର ମତାଧିକାର ସାବ୍ୟସ୍ତ କରି ୩୮୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସେମାନଙ୍କର ପ୍ରତିନିଧି ବାଛିବେ। ମତଦାତାଙ୍କ ମଧ୍ୟରେ ୪୯ ଲକ୍ଷ ୧ ହଜାର ୭୯ ଜଣ ପୁରୁଷ ଭୋଟର ଅଛନ୍ତି ଓ ୪୫ ଲକ୍ଷ ୯୮ ହଜାର ୯୭୯ ଜଣ ମହିଳା ଏବଂ ୫୯୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୩ ହଜାର ୯୨ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ସେଥିରୁ ୪୧୧ଟି ପାଇଁ ସିଏପିଏଫ ସୁରକ୍ଷା ବଳ ମୁତୟନ କରାଯିବା ସହ ୧ ହଜାର ୧୨୬ଟି ବୁଥରେ ୫୫୪ଟିରେ ସିସିଟିଭି, ୫୯୫ଟିରେ ମାଇକ୍ରୋ ଅବଜରଭର, ୨୪୦ଟି ବୁଥର ଭିଡିଓଗ୍ରାଫି, ୧୬୬ଟିରେ ସ୍ଥିର ଫଟୋଚିତ୍ର ପାଇଁ ବ୍ୟବସ୍ଥା କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/HEAVYWEIGHT-UP.jpg)
/kanak/media/post_attachments/wp-content/uploads/2019/04/Screen-Shot-2019-04-29-at-10.07.57-AM-300x154.png)
/kanak/media/post_attachments/wp-content/uploads/2019/04/Screen-Shot-2019-04-29-at-10.09.17-AM-300x154.png)
/kanak/media/post_attachments/wp-content/uploads/2019/04/Screen-Shot-2019-04-29-at-10.10.05-AM-300x226.png)
/kanak/media/post_attachments/wp-content/uploads/2019/04/sorojiniH-750x430-300x172.jpg)
/kanak/media/post_attachments/wp-content/uploads/2019/04/Screen-Shot-2019-04-29-at-10.10.51-AM-300x204.png)
/kanak/media/post_attachments/wp-content/uploads/2019/04/PHOTO-01012418-300x180.jpg)