ବିଜେଡି ବୈଠକରେ ଜିଲ୍ଲାପାଳ, ଓ ଏସପିଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା । ପ୍ରଶ୍ନ, ରାଜନୈତିକ ଦଳରେ ପ୍ରଶାସନର କାମ କ’ଣ?

Advertisment
ବିଜେଡି ବୈଠକରେ ଜିଲ୍ଲାପାଳ, ଓ ଏସପିଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା । ପ୍ରଶ୍ନ, ରାଜନୈତିକ ଦଳରେ ପ୍ରଶାସନର କାମ କ’ଣ?

କନକ ବ୍ୟୁରୋ: ବିଜେଡି ବୈଠକରେ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା। ଯାଜପୁର ସରକାରୀ ପ୍ରଦକ୍ଷିଣ ଗୃହରେ ଆୟୋଜିତ ଜିଲ୍ଲା ପ୍ରଶାସନ ଓ ବିଜେଡି ବୈଠକକୁ ନେଇ କେଁ ସୃଷ୍ଟି ହୋଇଛି। କାରଣ ପ୍ରଶାସନ କାହିଁକି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଡାକିଥିବା ବୈଠକରେ ସାମିଲ ହୋଇଛି, ତାକୁ ନେଇ ପ୍ରଶ୍ନ ଉଠିଛି।

ବୈଠକରେ କ’ଣ ଆଲୋଚନା ହୋଇଛି ସ୍ପଷ୍ଟ ହୋଇନଥିବା ବେଳେ ପୁରୁଣା କାର୍ୟ୍ୟର ବିଲ୍କୁ ନେଇ ଲାଗିରହିଥିବା ଆଶଙ୍କା ବିଷୟରେ ଆଲୋଚନା ହୋଇଥିବା କୁହାଯାଉଛି। ଜିଲ୍ଲା ପ୍ରଶାସନ ସହିତ ଯାଜପୁର ଜିଲ୍ଲା ବିଜୁ ଜନତା ଦଳର ନିର୍ବାଚନ ମଣ୍ଡଳୀସ୍ତରୀୟ ନେତାମାନେ ଯୋଗଦେଇଥିଲେ। ବିଂଝାରପୁର ବିଧାୟିକା ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକା ଏହି ବୈଠକ ଡାକିଥିଲେ ବୋଲି କୁହାଯାଉଛି। ବୈଠକରେ ଯାଜପୁର ବିଧାୟିକା ସୁଜାତା ସାହୁ, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe