ନାମାଙ୍କନ ଭରିଲେ ଜୟପୁର ବିଜେଡି ପ୍ରାର୍ଥୀ ଇନ୍ଦିରା ନନ୍ଦ । ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର କଲେ ଦାଖଲ ।

141

କନକ ବ୍ୟୁରୋ: ଜୟପୁର ବିଜେଡି ବିଧାୟକ ପ୍ରାର୍ଥୀ ଇନ୍ଦିରା ନନ୍ଦଙ୍କ ନାମାଙ୍କନ ଦାଖଲ । ଜୟପୁର ସହରର ଫାୟାର ଷ୍ଟେସନ ପଡ଼ିଆରୁ ଶୋଭାଯାତ୍ରାରେ ବାହାରିଛନ୍ତି ଇନ୍ଦିରା ନନ୍ଦ । ସହର ପରିକ୍ରମା କରିବା ସହ ଶକ୍ତି ପ୍ରଦର୍ଶନ କରିଛନ୍ତି । ବରିଷ୍ଠ ବିଜେଡି ନେତା ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ । ନାମାଙ୍କନ ଦାଖଲ ପାଇଁ ଯିବା ବେଳେ ଇନ୍ଦିରାଙ୍କ ସହ ରହିଛନ୍ତି ରବି ନନ୍ଦ । ଜୟପୁରରେ ବିଜେପିର ଗୌତମ ରାୟ ଓ କଂଗ୍ରେସ ତାରାପ୍ରସାଦ ବାହୀନିପତିଙ୍କ ବିରୋଧରେ ଲଢ଼ିବେ ଇନ୍ଦିରା ନନ୍ଦ ।