କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ରାଜନୀତି ସରଗରମ । କଂଗ୍ରେସ, ବିଜେପିକୁ ପଛରେ ପକାଇ ବିଜେଡି ନିର୍ବାଚନୀ ପ୍ରଚାରରେ ଆଗରେ ରହିଛି । ନିର୍ବାଚନରେ ସଫଳତା ପାଇଁ ଭର୍ଚୁଆଲ ବୈଠକରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦଳର ଯୁବଯୋଷ୍ଠୀଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତିି ।
ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ଯୁବ ବିଜେଡି ଉପଦେଷ୍ଟା ପ୍ରଣବ ବଳବନ୍ତରାୟଙ୍କ ସହ ବିଜେଡିର ଯୁବ ନେତାମାନଙ୍କ ସହ ଭର୍ଚୁଆଲ ବୈଠକରେ ସାମିଲ ହୋଇଥିଲେ । ଏଥିରେ ଫେସବୁକ, ଟୁଇଟର ଭଳି ସୋସିଆଲ ମିଡିଆରେ ପ୍ରଚାର ସହ ଭର୍ଚୁଆଲ ମୋଡରେ ପ୍ରଚାର ଉପରେ ଦଳ ଗୁରୁତ୍ୱ ଦେଇଛି । ପଞ୍ଚାୟତ ନିର୍ବାଚନରେ ଦଳର ଏବଂ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଯୁବ ଟିମକୁ ଗୁରୁ ଦାୟିତ୍ୱ ଦିଆଯାଇଛି । ପ୍ରଚାର ବେଳେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଣବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/vlcsnap-2022-02-07-13h26m11s156.png)