ଚତୁର୍ଥ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ୯ ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

4,302

କନକ ବ୍ୟୁରୋ: ଆଉ ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସେହିଭଳି ବାଲେଶ୍ୱର ଲୋକସଭା ଆସନ ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାଁ ବି ଘୋଷଣା ହୋଇଛି । ଲକ୍ଷ୍ମୀପୁରରୁ ପ୍ରଭୁ ଜାନି, ପାରାଦୀପରୁ ଗୀତାଞ୍ଜଳି ରାଉତରାୟ, ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ ଓ ରେଢାଖୋଲରୁ ରୋହିତ ପୂଜାରୀ ନିର୍ବାଚନ ଲଢିବେ । ସେହିଭଳି ତେଲକୋଇରୁ ମାଧବ ସର୍ଦ୍ଦାର, ନର୍ଲାରୁ ମନୋରମା ମହାନ୍ତି, ବାଲିଗୁଡାରୁ ଚକ୍ରମଣି କହଁର. ତାଳଚେରରୁ ବ୍ରଜ କିଶୋର ପ୍ରଧାନ ଓ ଭୁବନେଶ୍ୱର ମଧ୍ୟରୁ ଅନନ୍ତ ଜେନାଙ୍କୁ ଟିକେଟ ଦେଇଛି ବିଜେଡି ।

ଘୋଷଣା ହୋଇଥିବା ତାଲିକରୁ ୫ ବିଧାୟକ ରିପିଟ ହୋଇଥିବାବେଳେ ୨ ବିଧାୟକଙ୍କ ଟିକେଟ କଟିଛି । ଭୁବନେଶ୍ୱର-ମଧ୍ୟ ଆସନକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଶେଷରେ ଅନନ୍ତ ଜେନାଙ୍କ ଉପରେ ପୁଣି ଭରସା କରିଛି ଦଳ । ପାରାଦ୍ୱୀପରେ ସମ୍ବିତ ରାଉତରାୟଙ୍କ ଟିକେଟ କଟିଛି । ତାଙ୍କ ସ୍ଥାନରେ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ଟିକେଟ ଦେଇଛି ବିଜେଡି । ରେଢାଖୋଲକୁ ପୁଣି ରୋହିତ ପୂଜାରୀଙ୍କୁ ଟିକେଟ ମିଳିଛି । ନର୍ଲା ବିଧାୟକ ଭୁପିନ୍ଦର ସିଂହଙ୍କ ଟିକେଟ ବି କଟିଛି । ବିଜେଡି ବର୍ତ୍ତମାନ ସୁଦ୍ଧା ୧୧୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବାକି ୩୦ ଆସନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ଦଳ । ବର୍ତ୍ତମାନ ସୁଦ୍ଧା ୧୧୭ ଆସନ ମଧ୍ୟରୁ ୨୨ଟି ଆସନରେ ମହିଳା ପ୍ରାର୍ଥୀ ଦେଇଛି ବିଜେଡି ।