ସାମ୍ନାକୁ ଆସିଲା ଆକାଶ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିଳାସପୂର୍ଣ୍ଣ ଜୀବନର ଆଉ ଏକ ତଥ୍ୟ: ଦିନକୁ ତାଜ୍ ପ୍ୟାଲେସ୍ ହୋଟେଲରେ ୨ ଲକ୍ଷ ୭୧ ହଜାର ଟଙ୍କା ରୁମ ଭଡ଼ା ଦେଇ ରହୁଥିଲେ ୨ ପରିବାର

ମାତ୍ର ତିନି ଦିନର ହୋଟେଲ ବିଲ୍ ପାଖାପାଖି ୧୦ ଲକ୍ଷ ଟଙ୍କା

508

କନକ ବ୍ୟୁରୋ: ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିଳାସପୂର୍ଣ୍ଣ ଜୀବନର ଯେତିକି ଫର୍ଦ୍ଦ ଉନ୍ମୋଚନ ହେଉଛି, ସେତିକି ଚମକାଇଲା ଭଳି ତଥ୍ୟ ଲୋକଲୋଚନକୁ ଆସୁଛି । ସେମାନଙ୍କର ଦିନକର ହୋଟେଲ ରହଣୀ ଖର୍ଚ୍ଚ ଦେଖିଲେ, ଆପଣ ଚମକି ପଡ଼ିବେ । ଆପଣ ଅନୁମାନ କରିପାରିବେନି ଯେ ସେମାନେ ନିଜ ଅୟାସୀ ପାଇଁ କେତେ ଖର୍ଚ୍ଚ କରିଛନ୍ତି । ସେମାନଙ୍କର ଦିନକର ହୋଟେଲ ରୁମ୍ ଭଡ଼ା ହେଉଛି ୨ ଲକ୍ଷ ୭୧ ହଜାର ଟଙ୍କା । ଭିଜିଲାନ୍ସ ତଦନ୍ତରୁ ଏପରି ଚକିତ କଲାଭଳି ତଥ୍ୟ ଆସିବାରେ ଲାଗିଛି ।

ଅଗଷ୍ଟ ମାସ ଶେଷ ସପ୍ତାହରେ ଦିଲ୍ଲୀର ହୋଟେଲ ତାଜ ପ୍ୟାଲେସରେ ରହି ଟଙ୍କା ଉଡାଇଛନ୍ତି ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର । ଲକଡାଉନ ବେଳେ ସାରା ଦେଶ ସଂଘର୍ଷ କରୁଥିବା ବେଳେ ପାଣି ଭଳି ଟଙ୍କା ଖର୍ଚ୍ଚ କରି ଏମାନେ ଅୟସ କରିଛନ୍ତି । ଅଗଷ୍ଟ ୨୬ ଓ ୨୭ ଓ ୨୮ ତାରଖ, ମାତ୍ର ଏହି ତିନି ଦିନରେ ତାଜ ହୋଟେଲରେ ରହି ୯ ଲକ୍ଷ ୬୩ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ହୋଟେଲ ବିଲ୍ ସାମନାକୁ ଆସିବା ପରେ ସେମାନଙ୍କ ବିଳାସପୂର୍ଣ୍ଣ ଜୀବନ ସଂପର୍କରେ ଆଉ ଏକ ବଡ଼ ତଥ୍ୟ ସାମନାକୁ ଆସିଛି । ଏତେ ଟଙ୍କା ସେମାନଙ୍କ ପାଖକୁ କିପରି ଆସିଲା, ଏହି ରହସ୍ୟ ଖୋଲିବାକୁ ଖୋଳତାଡ଼ କରୁଛି ଭିଜିଲାନ୍ସ ।