ବିଜୁ ଜନତା ଦଳ ଗଠନର ୨୩ ବର୍ଷ ପୂର୍ତି ପାଳନ ପାଇଁ ପ୍ରସ୍ତୁତି: ଆସନ୍ତା ୨୦ରେ ବସିବ ବିଜେଡି କାର୍ଯ୍ୟକାରୀଣୀ, ୨୧ରେ ରାଜ୍ୟ ପରିଷଦ ବୈଠକ

--- ଆଗତ ହେବ ରାଜନୈତିକ ଚିଠା ପ୍ରସ୍ତାବ---

68

କନକ ବ୍ୟୁରୋ: ଦଳ ଗଠନର ୨୩ ବର୍ଷ ପୂର୍ତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ୨୬ ତାରିଖରେ ଦଳ ୨୩ ବର୍ଷରେ ପଦାର୍ପଣ କରୁଛି । ଏଥିପାଇଁ ଆସନ୍ତା ୨୦ରେ ବସିବ ବିଜେଡି କାର୍ଯ୍ୟକାରିଣୀ । ୨୧ରେ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ବିଧାୟକ, ସାଂସଦ , ଜିଲ୍ଲାପରିଷଦ ସଦସ୍ୟ ସାମିଲ ହେବେ । ପରିଷଦ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ଦଳର ପରବର୍ତୀ ରାଜନୈତିକ ରଣନୀତି ସ୍ଥିର କରାଯିବ । ୨୬ ତାରିଖରେ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀ ଓ ବ୍ଲକରେ ସ୍ତରରେ ବିଜେଡି ପାଳନ କରିବ ପ୍ରତିଷ୍ଠା ଦିବସ । କୋଭିଡ କଟକଣା ମଧ୍ୟରେ ଏହି ପ୍ରତିଷ୍ଠା ଦିବସ ପାଳ କରାଯିବ ।