କନକ ବ୍ୟୁରୋ: ଗତକାଲି ଭୁବନେଶ୍ୱର (ମଧ୍ୟ)ବିଧାନସଭା ମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରେ ବୋମାମାଡ ହୋଇଥିଲା। ଏହି ଘଟଣାରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଗୁରୁତର ଆହତ ହୋଇ କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଏହି ଦୁଇ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହୋଇଥିବାରୁ ସେମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ଲାଗି ପୁଲିସ କର୍ମଚାରୀଙ୍କ ସହ ଏସକର୍ଟ ଗାଡ଼ି ଯୋଗାଇ ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ପୁଲିସ୍ ଡିସିପି ସତ୍ୟଜିତ୍ ମହାନ୍ତି।
ଗତକାଲି ଏହି ଘଟଣା ପରେ ଉଭୟ ପକ୍ଷ ଏ ନେଇ ଏଫ୍ଆଇଆର୍ କରିଥିଲେ। ପୁଲିସ ଘଟଣାର ଅନୁସନ୍ଧାନ କରୁଛି ଏବଂ ପୁଲିସ୍ ଏହାକୁ ଗୁରୁତ୍ୱର ସହ ନେଇଛି ବୋଲି ଡିସିପି କହିଛନ୍ତି। ଏହି ଦୁଇ ପ୍ରାର୍ଥୀଙ୍କୁ ଆଗରୁ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍ଓ)ଦିଆଯାଇଥିଲା ଏବଂ ବର୍ତ୍ତମାନ ସେମାନଙ୍କୁ ପୁଲିସ୍ ଏସ୍କର୍ଟ ଗାଡି ଯୋଗାଇ ଦିଆଯିବ ବୋଲି କହିଛନ୍ତି ଡିସିପି ସତ୍ୟଜିତ ମହାନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/vlcsnap-2019-04-22-17h32m24s800.png)
/kanak/media/post_attachments/wp-content/uploads/2019/04/pjimage__1__0-1-750x430-300x172.jpeg)