ନିର୍ବାଚନ ନିୟମରେ ସଂଶୋଧନକୁ ବିଜେପିର ନିନ୍ଦା : ସରକାର ଆଣିଥିବା ଅଧ୍ୟାଦେଶ ଅସାମ୍ଭିଧାନିକ ଓ ବେଆଇନ୍ କହିଲେ ବିଶ୍ୱଭୂଷଣ ହରିଚନ୍ଦନ

19

କନକ ବ୍ୟୁରୋ : ୧୨ ତାରିଖ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ନିର୍ବାଚନ ନିୟମରେ ସଂଶୋଧନକୁ ନିନ୍ଦା କରିଛି ବିଜେପି । ସରକାରଙ୍କ ଦ୍ୱାରା କରାଯାଇଥିବା ସଂଶୋଧନ ଅସାମ୍ଭିଧାନିକ ଓ ବେଆଇନ୍ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । କହିଛନ୍ତି ସରକାର ମନ୍ଦ ଉଦେଶ୍ୟ ରଖି ଏଭଳି ପରିବର୍ତନ କରିଛନ୍ତି ।

ସରକାର ସମ୍ବିଧାନ ଓ ଆଇନର ଉଲଂଘନ କରିଛନ୍ତି । ଜିଲ୍ଲା ପରିଷଦ ସଦସ୍ୟମାନଙ୍କର ସାମ୍ବିଧାନିକ ଅଧିକାରକୁ ବିଜେଡିର ଦଳୀୟ ସ୍ୱାର୍ଥ ପାଇଁ ହତ୍ୟା କରାଯାଇଥିବାରୁ ବିଜେପି ଏହାକୁ ନିନ୍ଦା କରିଥିବା କହିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ । ବିଜେଡି ସରକାରଙ୍କ ଏହି ସ୍ୱେଚ୍ଛାଚାରୀ ନିୟମକୁ ପ୍ରତ୍ୟାହାର କରିବା ପାଇଁ ବିଜେପି ଦାବି କରିଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଆଗରୁ ଏହି ଅଧ୍ୟାଦେଶକୁ ପ୍ରତ୍ୟାହାର କରାନଗଲେ ବିଜେପି କୋର୍ଟର ଆଶ୍ରୟ ନେବ ବୋଲି କହିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ ।