ଜଟିଳ କୋରାପୁଟ ଲକ୍ଷ୍ମୀପୁର ଗଣିତ । ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ ବିଜେଡି ।ପ୍ରାର୍ଥୀ କହିଲେଣି ୨୪ରେ ଦାଖଲ କରିବେ ନାମାଙ୍କନ ପତ୍ର ।

239

କନକ ବ୍ୟୁରୋ: ଜଟିଳ ହେବାରେ ଲାଗିଛି କୋରାପୁଟ ଲକ୍ଷ୍ମୀପୁର ବିଧାନସଭା ଆସନ । ବର୍ତ୍ତମାନ ସୁଦ୍ଧା ଏହି ଆସନରେ ବିଜେପି କି ବିଜେଡି ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହାଁନ୍ତି । ଏହାରି ଭିତରେ ପୂର୍ବତନ ବିଧାୟକ କୈଳାଶ କୁଲେସିକା ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ୨୪ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବାକୁ କହିଛନ୍ତି କୈଳାଶ କୁଲେସିକା । ତାଙ୍କୁ ବିଜେଡିର ଟିକେଟ୍ ନିଶ୍ଚୟ ମଳିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି କୁଲେସିକା । ବର୍ତ୍ତମାନ ସୁଦ୍ଧା ଏହି ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରି ନାହିଁ । ତେବେ କୈଳାଶ କହିଛନ୍ତି ହାଇକମାଣ୍ଡଙ୍କ ତାଙ୍କ ଉପରେ ଭରସା ରହିଛି । ତାଙ୍କୁ ନିଶ୍ଚୟ ଟିକେଟ୍ ମିଳିବ ।