ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ୮ଟି ସଂଶୋଧନ ଉପରେ ପ୍ରସ୍ତାବ: ୨୦୧୦ରେ ବିଜେଡି ସମ୍ବିଧାନ ସଂଶୋଧନ ହୋଇଥିଲା

147

କନକ ବ୍ୟୁରୋ: ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିଛି । ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ୮ଟି ସଂଶୋଧନ ଉପରେ ପ୍ରସ୍ତାବ ରହିଛି । ୨୦୧୦ରେ ବିଜେଡି ସମ୍ବିଧାନ ସଂଶୋଧନ ହୋଇଥିଲା । କିଛି ସମୟ ପରେ ସମ୍ବୋଧନ କରିବେ ବିଜେଡି ସୁପ୍ରିମୋ । ଏଥିରେ ଆଗାମୀ ଦିନ ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ ।

ଏହାଛଡା ଦଳର ସାଂଗଠନିକ ବିଷୟ ଠାରୁ ଆରମ୍ଭ କରି ରାଜନୈତିକ ଓ ଅର୍ଥନୈତିକ ଆଦି ପ୍ରସଙ୍ଗରେ ପ୍ରସ୍ତାବ ଆସିବ । ସେହିପରି ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ରୁପରେଖ ପ୍ରସ୍ତୁତ କରାଯିବ । ଏହି ଅବସରରେ ନବ ନିର୍ବାଚିତ କର୍ମକର୍ତାଙ୍କୁ ଦାୟିତ୍ୱ ବଂଟନ ଓ ଆଗାମୀ ଦିନ ପାଇଁ ରଣକୌଶଳ ନିର୍ଦ୍ଧାରଣ କରାଯିବ । ୩୨ଟି ସାଂଗଠନିକ ଜିଲ୍ଲାରେ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଗୁରୁତ୍ୱ ଦିଆଯିବ ।