ନିର୍ବାଚନ ପୂର୍ବ ରାତିରେ ଖଣ୍ଡପଡ଼ା ବୋଦସାରେ ବୋମାମାଡ : ବିଜେଡି କର୍ମୀ ପ୍ରଶାନ୍ତ ତାରେଣିଆଙ୍କ ମୃତ୍ୟୁ, ଦୁଇ ଆହତ

Advertisment
ନିର୍ବାଚନ ପୂର୍ବ ରାତିରେ ଖଣ୍ଡପଡ଼ା ବୋଦସାରେ ବୋମାମାଡ : ବିଜେଡି କର୍ମୀ ପ୍ରଶାନ୍ତ ତାରେଣିଆଙ୍କ ମୃତ୍ୟୁ, ଦୁଇ ଆହତ

କନକ ବ୍ୟୁରୋ : ପୁଣି ଏକ ବଡ଼ ଧରଣର ରାଜନୈତିକ ହିଂସା । ପଂଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନର କିଛି ଘଂଟା ପୂର୍ବରୁ ବିଜେଡି କର୍ମୀଙ୍କୁ ହତ୍ୟା ନେଇ ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବୋଦସା ଗ୍ରାମରେ ରାଜନୈତିକ ଶତୃତାରୁ ବୋମାମାଡ଼, ଆଉ ଏହି ବୋମାମାଡ଼ରେ ପ୍ରଶାନ୍ତ ତାରେଣିଆ ନାମକ ବିଜେଡି କର୍ମୀଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ଖବର ଅନୁସାରେ ଗତକାଲି ରାତି ପ୍ରାୟ ୯ଟା ବେଳେ ପ୍ରଶାନ୍ତ ତାଙ୍କର ଦୁଇ ବନ୍ଧୁଙ୍କ ସହ ବାଇକ ଯୋଗେ ଗାଁକୁ ଫେରୁଥିଲେ । ଏହି ସମୟରେ ସେହି ଗାଁର ନରେଶ ମାଝୀ ଗାଲିଗୁଳଜ କରି ବାଟ ଓଗାଳିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟେରେ କଥା କଟାକଟି ହୋଇଥିଲା । ନରେଶ ହଠାତ୍ ଦୁଇଟି ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି । ଗୋଟିଏ ବୋମା ପ୍ରଶାନ୍ତଙ୍କ ମୁଣ୍ଡରେ ବାଜିବା ପେରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ ଅନ୍ୟ ଦୁଇ ଯୁବକ ଆହତ ହୋଇଛନ୍ତି ।

ଖବର ପାଇ ଖଣ୍ଡପଡ଼ା ଏସଡିପିଓ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ହିଂସାକାଣ୍ଡ ପରେ ଗାଁରେ ଉତେଜନାମୂଳକ ପରିସ୍ଥିତି ରହିଛି । ଗ୍ରାମବାସୀ ଗାଁ ଦାଣ୍ଡରେ ଶବକୁ ରଖି ଅଭିଯୁକ୍ତର ଗିରଫ ଦାବି କରି ଧାରଣାରେ ବସିଛନ୍ତି । ବୋମାମାଡ଼ ଘଟଣାରେ ପୋଲିସ୍ ଦୁଇଜଣଙ୍କୁ ଉଠାଇ ନେଇଥିବାର ଖବର ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe