ନିର୍ବାଚନ ପୂର୍ବରୁ ଖଣ୍ଡପଡାରେ ବୁଲିଲା ଖଣ୍ଡା । ବିଜେଡି କର୍ମୀ ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ, ଭାଇରାଲ ହେଲା ଭିଡ଼ିଓ । 

590

କନକ ବ୍ୟୁରୋ : ଖଣ୍ଡପଡାରେ ବୁଲିଲା ଖଣ୍ଡା । ଆସନ୍ତାକାଲି ନୟାଗଡ ଜିଲ୍ଲାରେ ହେବ ମତଦାନ । ଏହା ପୂର୍ବରୁ ଅଶାନ୍ତ ହୋଇଛି ଖଣ୍ଡପଡା ନିର୍ବାଚନମଣ୍ଡଳୀ । ଟଙ୍କା ବଣ୍ଟାକୁ ବିରୋଧ କରିବାରୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ମୁତାବକ ଫତେପୁର ଥାନା ଭଗବାନନଗର ଅଞ୍ଚଳରେ ଖଣ୍ଡା ବୁଲିଛି । ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ ଆସିବା ପରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି । ଖଣ୍ଡା ବୁଲାଇ ବିଜେଡି କର୍ମୀ ଭୟଭୀତ କରୁଥିବା ଅଭିଯୋଗ ହୋଇଛି । ଯାହାର ଭିଡ଼ିଓ ଭାଇରାଲ ହୋଇଛି । ଖଣ୍ଡା ବୁଲିବାର ଭିଡ଼ିଓ ଭାଇରାଲ ହେବା ପରେ ୨ ଜଣଙ୍କୁ ପୋଲିସ ଅଟକ ରଖିବା ପରେ ପୁଣିଥରେ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଗତକାଲି ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ବିଜେଡିକୁ କାହିଁକି ଭୋଟ ଦେବନି ବୋଲି କହି କିଛି କର୍ମୀ ଏଭଳି ଉତ୍ପାତ କରିଥିବା କୁହାଯାଉଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଭୟର ବାତାବରଣ ଖେଳିଯାଇଛି ।