ପଦ୍ମପୁର ଉପ ନିର୍ବାଚନ ଜିତିଲା ବିଜେଡି । ୪୨,୦୬୫ ଭୋଟ୍ ବ୍ୟବଧାନରେ ଜିତିଲେ ବର୍ଷା ସିଂ ବରିହା 

167

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନ ଜିତିଲା ବିଜେଡି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ହରାଇଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ତେବେ ୨୩ ରାଉଣ୍ଡ ଗଣତି ପରେ ବିଜେଡି ପ୍ରାର୍ଥୀ ୪୨ ହଜାର ୦୬୫ ଭୋଟରେ ବିଜୟୀ ହୋଇଛନ୍ତି ।

୨୩ ରାଉଣ୍ଡ ଗଣତିରେ ବିଜେଡିକୁ ୧ ଲକ୍ଷ ୧୯ ହଜାର ୫୧୨ ଭୋଟ୍ ମିଳିଥିବାବେଳେ, ବିଜେପିକୁ ୭୭ ହଜାର ୪୪୭ ଭୋଟ୍ ମିଳିଛି । ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୪୮ ଭୋଟ୍ ରହିଛି । ତେଣୁ ବିଜେପି ପ୍ରାର୍ଥୀଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ପଦ୍ମପୁର ଦଖଲ କରିଛି ଶାସକ ବିଜୁ ଜନତା ଦଳ ।

ତେବେ ଜୋରଦାର ଚର୍ଚ୍ଚା ଆଲୋଚନା ଭିତରେ ତିନି ପ୍ରମୁଖ ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ପଦ୍ମପୁରରେ ଏଥର ଭାଗ୍ୟ ପରୀକ୍ଷା କରିଥିଲେ ୧୦ ଜଣ ପ୍ରାର୍ଥୀ । ବିଜେଡି ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରି ମୈଦାନକୁ ଓହ୍ଲାଇଥିବାବେଳେ, ବିଜେପି ପୁଣିଥରେ ପ୍ରଦୀପଙ୍କୁ ନିଜର ସେନାପତି ବାଛିଥିଲା । ହେଲେ ଧାମନଗର ସଫଳତା ପରେ ବିଜେପିକୁ ଏହାକୁ ଦୋହରାଇ ପାରିନି । ଅନ୍ୟପଟେ ଧାମନଗର ପରାଜୟ ପରେ ପୁଣି ବଡ ବିଜୟ ପାଇଛି ବିଜେଡି ।