୧୦ ବର୍ଷ ପରେ ଝାରସୁଗୁଡ଼ା କଂଗ୍ରେସ ଦୁର୍ଗକୁ ଭେଦିଲା ବିଜେଡି, ୪୫ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରି ବିଜୟୀ ତିଳକ ପିନ୍ଧିଲେ ନବ ଦାସ ।

206

କନକ ବ୍ୟୁରୋ: ଝାରସୁଗୁଡ଼ା କଂଗ୍ରେସ ଗଡ଼କୁ ଦଖଲ କଲା ବିଜେଡି । ବିଜେଡିରୁ ଟିକେଟରୁ ପାଇ ନିର୍ବାଚନ ଲଢ଼ିଥିବା ନବ ଦାସ ପୁଣି ପିନ୍ଧିଲେ ବିଜୟ ଟୀକା । ଦୀର୍ଘ ୧୦ ବର୍ଷ ପରେ ଝାରସୁଗୁଡାରେ ଖାତା ଖୋଲିଲା ବିଜେଡି, ଆଉ ୪୫ ହଜାର ୫୫୯ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କୁ ପରାଜିତ କରି ବାଜି ମାରିଲେ ନବ ଦାସ ।

ସେପଟେ ଦଳ ପରିବର୍ତ୍ତନ କରିଥିଲେ ସୁଦ୍ଧା ପ୍ରଥମଥର ପାଇଁ ବିଜେଡି ଟିକେଟ୍ ପାଇ ମୈଦାନକୁ ଓହ୍ଲାଇଥିଲେ ନବ ଦାସ । ଆଉ ଲୋକମାନେ ମଧ୍ୟ ତାଙ୍କ ଦକ୍ଷତା ଏବଂ ୫ ବର୍ଷର ପରିଶ୍ରମର ଫଳକୁ ପୁଣି ଭରସି ବିଜୟୀ ଟୀକା ପିନ୍ଧାଛନ୍ତି । ସେପଟେ ବୃହତ ଭୋଟ୍ ବ୍ୟବଧାନରେ ବିଭିନ୍ନ ଆସନରେ ବିଜୟୀ ହେଉଥିବା ବିଜେଡି ଶିବିରରେ ଏବେ ଖୁସିର ଲହରି ଖେଳିଯାଇଛି ।