କନକ ବ୍ୟୁରୋ: ପୁଣି ଦିଗପହଣ୍ଡିରେ ଦିଗବାରେଣୀ ହେଲେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ର । ୪୦ ହଜାର ୪୭୩ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେପିର ପିଙ୍କି ପ୍ରଧାନଙ୍କୁ ଦେଲେ ମାତ୍ ଦେଇ ବିଜୟ ତିଳକ ପିନ୍ଧିଲେ ବିଜେଡି ହେଭିୱେଟ୍ ସୂର୍ଯ୍ୟ ନାରାୟଣ ପାତ୍ର । ଆଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯେଉଁ ଭରସା ରଖି ପୁରୁଣା ମୁହଁକୁ ଭରସିଥିଲେ ସେଥିରେ ଶତ ପ୍ରତିଶତ ପ୍ରଦର୍ଶନ କରିଛନ୍ତି ସୂର୍ଯ୍ୟ ।
ଅନ୍ୟପଟେ ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ ବିଜେଡି ୧୧୩, ବିଜେପି ୨୨ ଏବଂ କଂଗ୍ରେସ ୯ଟି ଆସନରେ ଆଗୁଆ ରହିଛନ୍ତି । ସେପଟେ ବିଭିନ୍ନ ଆସନରେ ବୃହତ ଭୋଟ୍ ବ୍ୟବଧାନରେ ବିଜୟୀ ହେଉଥିବା ବିଜେଡି ଶିବିରରେ ଏବେ ଖୁସିର ଲହରି ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/SURYANARAYAN-PATRA-1.jpg)