କନକ ବ୍ୟୁରୋ: ଗୋଟିଏ ପରେ ଗୋଟିଏ ବିଧାନସଭା ଆସନକୁ ଅକ୍ତିଆର କରୁଛି ବିଜେଡି । ଏହି ପରିପ୍ରେକ୍ଷୀରେ ବାଙ୍ଗିରୀପୋଷି ବିଧାନସଭା ଆସନରେ ପୁଣି ବିଜୟ ଧ୍ୱଜା ଉଡ଼ାଇଛନ୍ତି ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡି । ଚଳିତ ନିର୍ବାଚନରେ ସୁଦାମ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ସୁକୁଦା ମୁର୍ମୁଙ୍କୁ ୧୧ ହଜାର ୮୯୧ ଭୋଟ୍ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଛନ୍ତି ସୁଦାମ ।
ସେପଟେ ବୃହତ ଭୋଟ୍ ବ୍ୟବଧାନରେ ବିଭିନ୍ନ ଆସନରେ ବିଜୟୀ ହେଉଥିବା ବିଜେଡି ଶିବିରରେ ଏବେ ଖୁସିର ଲହରି ଖେଳିଯାଇଛି । ବିଶେଷ କରି ପୁରୁଣା ସିପାହୀଙ୍କ ଉପରେ ଯେଉଁ ଭରସା ରଖି ଟିକେଟ୍ ଦେଇଥିଲେ ନବୀନ ତାକୁ ବାସ୍ତବରେ ସଫଳ କରାଇଛନ୍ତି ପୁରୁଣା ସିପାହୀ । ଯାହାକି ବିଜେଡି ଶିବିରରେ ଉତ୍ସାହ ଭରି ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/D7QaSjgVUAAib1q.jpg)