ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳିରେ ବିଜେଡିର ବିଶାଳ ମହିଳା ସମାବେଶ । ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପାଇଁ ଭୋଟ ମାଗିଲେ ବିଧାୟକ ଅନନ୍ତ ଜେନା ।

147

କନକ ବ୍ୟୁରୋ: ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳିରେ ବିଜେଡିର ବିଶାଳ ମହିଳା ସମାବେଶ । ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଶାଳ ସମାବେଶ କରାଯାଇଛି । ଏଥିରେ ୧୦ହାଜରରୁ ଅଧିକ ମହିଳା ସାମିଲ ହୋଇଛନ୍ତି । ମହିଳା ସମାବେଶରେ ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କ ପାଇଁ ପ୍ରଚାର କରି ଭୋଟ ମାଗିଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ।

ସମାବେଶକୁ ସମ୍ବୋଧନ କରି ଅନନ୍ତ ଜେନା କହିଛନ୍ତି, ଏକାମ୍ର ନିର୍ବାଚନ ମଣ୍ଡଳିରେ ବହୁତ ବିକାଶ କାମ କରିଛନ୍ତି ଅଶୋକ ପଣ୍ଡା । ତେଣୁ ୨୦୨୪ ନିର୍ବାଚନରେ ତାଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ସେ ମହିଳାଙ୍କୁ ଅନୁରୋଧ କରିଛନ୍ତି । ଏକାମ୍ରରେ ହୋଇଥିବା ବିଜେଡିର ମହିଳା ସମାବେଶରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ମେୟର ସୁଲୋଚନା ଦାସ, ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ପ୍ରମୁଖ ସାମିଲ ହୋଇଥିଲେ ।