କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନ ପାଇଁ ସରିଛି ଭୋଟଗ୍ରହଣ । କିଏ ଜିତିବ, କିଏ ହାରିବ ତାହାର ଚାଲିଛି ଅଙ୍କକଷା । ଏସବୁ ଭିତରେ ଝାରସୁଗୁଡା ଉପ-ନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟ ହାସଲ କରିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପ-ସଭାପତି ଦେବୀ ମିଶ୍ର । ଉପ-ନିର୍ବାଚନର ଫଳାଫଳକୁ ନେଇ ଦେବୀ କହିଛନ୍ତି, ଅଧିକ ଭୋଟିଂ ଆମ ପାଇଁ ସହାୟକ ହେବ । ଜନାଦେଶ ବିଜେଡି ସପକ୍ଷରେ ଯିବ । ଦୀପାଳି ଦାସଙ୍କୁ ଲୋକେ ଆର୍ଶୀବାଦ ଦେଇଛନ୍ତି ସେ ହିଁ ବିଜୟ ହାସଲ କରିବେ ।
୨୦୧୯ର ମାର୍ଜିନି କମିବ ନା ବଢିବ ପ୍ରଶ୍ନରେ ଦେବୀ ମିଶ୍ର କହିଛନ୍ତି କମିବା ବଢିବା ସାଙ୍ଗରେ କିଛି ନାହିଁ । ଉଣା ଅଧିକେ ୧୦ କି ୨୦ ପ୍ରତିଶତ ଯଦି ଏପଟ ସେପଟ ହୁଏ ସେଇଟାକୁ ଧରାଯାଏ ନାହିଁ । କିଛି ଫରକ ନାହିଁ । ୩୦ ହଜାରରୁ ଅଧିକ ମାର୍ଜିନି ହେଲେ ବି ତାହା ବିପୁଳ ବିଜୟ । ଗତଥରର ବିଜୟ ବ୍ୟବଧାନରୁ ଅଧିକ ହେବ କି ନାହିଁ ତାହା କହିହେବନି ।
ଝାରସୁଗୁଡାରେ ଅନ୍ୟ ଦଳର ପ୍ରଦର୍ଶନ କଣ ରହିବ ତାହାକୁ ନେଇ ଦେବୀ କହିଛନ୍ତି, ବିଜେପି ଦ୍ୱିତୀୟ ସ୍ଥାନ ବଜାୟ ରଖିବା ପାଇଁ ବହୁତ ପରିଶ୍ରମ କରିଛି । କାରଣ ବିଜେପି ଗତଥର ଦ୍ୱିତୀୟ ସ୍ଥାନରେ ଥିଲା ତେଣୁ ତାକୁ ବଜାୟ ରଖିବା ପାଇଁ ଶେଷ ମହୁର୍ତ୍ତରେ ସେମାନେ ବହୁତ ଲାଗିଛନ୍ତି । ଏଭଳି କହି ବିଜେଡିର ବିଜୟ ନିଶ୍ଚିତ ବୋଲି କହିଛନ୍ତି ଦେବୀ ।
ସେହିଭଳି ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଝାରସୁଗୁଡ଼ାରେ ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବ ବିଜେଡି । ଦୀପାଳି ଲୋକଙ୍କ ଦ୍ୱାରା ଆଦୃତ ହୋଇଛନ୍ତି । ମତଦାନ ପ୍ରତିଶତ ବଢିବା ବିଜେଡିକୁ ସୁହାଇବ । ଲୋକ ୫ଥର ବିଜେଡି ସରକାରକୁ ଭରସା କରିଛନ୍ତି ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଭଲ ବ୍ୟବଧାନରେ ବିଜୟୀ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/3-18.jpg)