କନକ ବ୍ୟୁରୋ : ଧାମନଗର ଏନଏସିରେ ଉଡିଲା ବିଜେଡିର ବିଜୟ ଧ୍ୱଜା । ବିଜେଡି ପ୍ରାର୍ଥିନୀ ନିବେଦିତା ଜେନା ବିଜୟୀ । ପ୍ରତିନ୍ଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥିନୀଙ୍କ ଠାରୁ ୧ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ନିବେଦିତା ।

Advertisment

ଧାମନଗର ଏନଏସିର ୧୧ଟି ୱାର୍ଡରୁ୯ଟି ବିଜେଡି ବିଜୟୀ ହୋଇଥିବା ବେଳେ ୨ଟିରେ ବିଜେପି ବିଜୟୀ ହୋଇଛି । ତେବେ ଚେୟାରମ୍ୟାନ ପଦବୀକୁ ବାଜି ମାରି ନେଇଛି ବିଜେଡି । ଧାମନଗରରେ ବିଜେପି ବିଧାୟକ ଥିବା ବେଳେ ଏଠାରେ ବିଜେଡି ଚେୟାରମ୍ୟାନ ଜିତିବା ଧାମନଗର ରାଜନୀତିକୁ ସରଗରମ କରିଛି ।

ଗତ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ପଡିଥିବା ବେଳେ ଧାମନଗରରେ ମଧ୍ୟ ଭୋଟ ଗ୍ରହଣ ହୋଇଥିଲା । ତେବେ ୨ ନମ୍ବର ୱାର୍ଡରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଯାହାର ପ୍ରଭାବ ଅନ୍ୟ ୱାର୍ଡ ଗୁଡିକରେ ମଧ୍ୟ ଦେଖିବାକୁ ମିଳିଥିଲା । ପରେ ୬ଟି ୱାର୍ଡରେ ପୁନଃ ମତଦାନ କରିବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ଫଳରେ ୨୬ ତାରିଖରେ ଅନ୍ୟ ପୌରାଞ୍ଚଳ ପାଇଁ ଭୋଟ ଗଣତି ହୋଇଥିବା ବେଳେ ଧାମନଗର ଏନଏସିର ଭୋଟ ଗଣତିକୁ ସ୍ଥଗିତ ରଖାଯାଇଥିଲା । ତେବେ ଏପ୍ରିଲ ୫ ତାରିଖରେ ୬ଟି ୱାର୍ଡରେ ଭୋଟଗ୍ରହଣ ହେବା ପରେ ଆଜି ଭୋଟଗଣତି ହୋଇଥିଲା । ଯେଉଁଥିରେ ବିଜେଡି ବାଜି ମାରିଛି ।