ବିଜେଡି ଜିତିଲା ବ୍ରଜରାଜନଗର ବାଜି । ୬୫ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେଡି ବିଜୟୀ

244

କନକ ବ୍ୟୁରୋ : ବ୍ରଜରାଜନଗରରେ ବାଜି ମାରିଲା ବିଜେଡି । ୬୫ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ୨୦୧୪ ପରେ ପ୍ରଥମଥର ପାଇଁ ୨ୟ ସ୍ଥାନରେ ରହିଲା କଂଗ୍ରେସ । ବିଜେପିର ରାଧାରାଣୀଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଲେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ । ଅଳକା ମହାନ୍ତିଙ୍କୁ ମୋଟ୍ ୯୩ହଜାର ୭୯୦ ଭୋଟ୍ ମିଳିଛି । ଦ୍ୱିତୀୟ ସ୍ଥାନରେ ରହିଲେ କଂଗ୍ରେସ ପ୍ରାର୍ଥୀ । କିଶୋର ପଟେଲଙ୍କୁ ୨୭ହଜାର ୫୬୫ ଭୋଟ୍ ମିଳିଛି । ତୃତୀୟ ସ୍ଥାନରେ ବିଜେପିର ରାଧାରାଣୀ ପଣ୍ଡା ରହିଛନ୍ତି । ରାଧାରାଣୀ ପଣ୍ଡାଙ୍କୁ ୨୨ହଜାର ୩୧୬ ଭୋଟ୍ ମିଳିଛି ।

ବିଜେପୁରରେ ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିଥିଲେ ରୀତା ସାହୁ । ୯୭ ହଜାର ୯୯୦ ବ୍ୟବଧାନରେ ବିଜୟୀ ହୋଇଥିଲେ ରୀତା । ୨୦୧୯ରେ ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପରେ ଜିତିଥିଲେ ରୀତା । ବାରମ୍ବାର ଉପନିର୍ବାଚନ ଜିତି ଆ ସିଛି ବିଜୁ ଜନତା ଦଳ । ୨୦୧୮ରେ ମଧ୍ୟ ବିଜେପୁର ଉପନିର୍ବାଚନ ଜିତିଥିଲେ ରୀତା ସାହୁ । ୪୧ହଜାର ୯୩୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ପିପିଲିରେ ୨୦ହଜାର ୯୧୬ ଭୋଟ୍ ବ୍ୟବଧାନରେ ରୁଦ୍ର ମହାରଥୀ ଜିତିଥିଲେ । ତିର୍ତ୍ତୋଲରେ ବିଜୟ ଶଙ୍କର ୪୧ ହଜାର ୭୦୩ ଭୋଟକେ ବିଜୟୀ ହୋଇଥିଲେ । ବାଲେଶ୍ୱର ସଦରରେ ୧୩ହଜାର ୩୫୧ ଭୋଟରେ ସ୍ୱରୁପ ଦାସ ଜିତିଥିଲେ ।