ପଞ୍ଚାୟତ ଫଇସଲା : ଆସିଲା ଫାଇନାଲ ଫଳାଫଳ, ବିଜେଡିର ଐତିହାସିକ ବିଜୟ । ଜାଣନ୍ତୁ କାହାକୁ ମିଳିଲା କେତେ ଆସନ?

Advertisment
ପଞ୍ଚାୟତ ଫଇସଲା : ଆସିଲା ଫାଇନାଲ ଫଳାଫଳ, ବିଜେଡିର ଐତିହାସିକ ବିଜୟ । ଜାଣନ୍ତୁ କାହାକୁ ମିଳିଲା କେତେ ଆସନ?

କନକ ବ୍ୟୁରୋ : ବିଜେଡିର ଐତିହାସିକ ବିଜୟ । ଆସିଲା ସମସ୍ତ ୮୫୧ ଜିଲ୍ଲା ପରିଷଦ ଜୋନର ଫଳାଫଳ । ୮୫୧ ଜିଲ୍ଲା ପରିଷଦ ଜୋନରୁ ୭୬୫ ଆସନରେ ବାଜି ମାରି ରେକର୍ଡ ବିଜୟ ହାସଲ କରିଛି ବିଜେଡି । ଏହାସହ ସମସ୍ତ ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଦଖଲ କରିଛି ବିଜେଡି । ଗତଥର ବିଜେଡି ୨୧ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିଥିଲା । କିନ୍ତୁ ଏଥର ୩୦ ଜିଲ୍ଲା ପରିଷଦ ଦଖଲ କରି ସାରା ରାଜ୍ୟରେ ସବୁଜ ବାନା ଉଡାଇଛି ବିଜେଡି ।

ଅନ୍ୟପଟେ ବିରୋଧୀ ବିଜେପି ଓ କଂଗ୍ରେସ ଚଳିତ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ କରିଛି । ବିଜେପି ମାତ୍ର ୪୨ଟି ଜିଲ୍ଲା ପରିଷଦ ଜୋନ ହାତେଇଥିବା ବେଳେ କଂଗ୍ରେସ ୩୭ଟି ଜିଲ୍ଲା ପରିଷଦ ଜୋନ ଅକ୍ତିଆର କରିଛି । କିନ୍ତୁ କୌଣସି ଗୋଟିଏ ବି ଜିଲ୍ଲା ପରିଷଦ ଦଖଲ କରିବାରେ ସକ୍ଷମ ହୋଇନାହାନ୍ତି ଉଭୟ ଦଳ । କିନ୍ତୁ ଗତ ନିର୍ବାଚନରେ ବିଜେପି ୮ଟି ଓ କଂଗ୍ରେସ ଗୋଟିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା । ଆଉ ଏହି ଫଳାଫଳ ଦର୍ଶାଉଛି ଯେ, ରାଜ୍ୟରେ ନବୀନଙ୍କ କ୍ରେଜ ଏଯାବତ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe