କନକ ବ୍ୟୁରୋ: ଯାଜପୁର ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରୁ ୨ଟି ସିଟ୍ ଅକ୍ତିଆର କଲା ବିଜେଡି । ଯାଜପୁରର ବରୀ ଏବଂ ସୁକିନ୍ଦା ବିଧାନସଭା ଆସନରେ ବିଜୟୀ ହୋଇଛି ବିଜୁ ଜନତା ଦଳ । ବରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସୁନନ୍ଦା ଦାସ ଜିତିଥିବା ବେଳେ ସୁକିନ୍ଦାରେ ପ୍ରୀତିରଂଜନ ଘଡାଇ ବିଜୟ ଟୀକା ପିନ୍ଧିଛନ୍ତି ।
ଯାଜପୁରରେ ରହିଛି ବିଜେଡିର ଦବଦବା । ତେବେ ଗତ ନିର୍ବାଚନରେ ବରୀ ବିଧାନସଭାରୁ ବିଜେଡି ପ୍ରାର୍ଥୀ ଦେବାଶିଷ ନାୟକ ସ୍ୱାଧିନ ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲିକଙ୍କୁ ପରାସ୍ତ କରି ୭ ହଜାର ୧୭୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ବିଜେଡି ଦେବାଶିଷଙ୍କ ବଦଳରେ ସୁନନ୍ଦା ଦାସଙ୍କୁ ଟିକେଟ ଦେଇଥିଲା । ଆଉ ସୁନନ୍ଦା ମଧ୍ୟ ବିଜେଡି ସୁପ୍ରିମୋଙ୍କ ଆସ୍ଥା ଏବଂ ବିଶ୍ୱାସକୁ ବଜାୟ ରଖିବାରେ ସଫଳ ହୋଇଛନ୍ତି । ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେପିକୁ ୩୪ ଶହ ଭୋଟ ବ୍ୟବଧାନରେ ହରାଇ ବିଧାୟକ ଆସନ ଅକ୍ତିଆର କରିଛନ୍ତି ସୁନନ୍ଦ ଦାସ ।/kanak/media/post_attachments/wp-content/uploads/2019/05/SUKINDA-300x169.jpg)
ସେହିଭଳି ସୁକିନ୍ଦାରେ ପୁଣି ଥରେ ବିଜୟର ବାନା ଉଡାଇଛି ବିଜେଡି । ୨୦୧୪ ପରେ ୧୯ ନିର୍ବାଚନୀ ପରୀକ୍ଷାରେ ବି ପାସ୍ ହୋଇଛନ୍ତି ପ୍ରିତୀରଂଜନ ଘଡାଇ । ପାଖାପାଖି ୧୬ ହଜାର ୫୮୦ ଭୋଟରେ ବିଜେପିକୁ ଧରାଶାୟୀ କରି ବିଜୟର ବାନା ଉଡାଇଛି ବିଜେଡି । ତେବେ ପ୍ରୀତିରଞ୍ଜନ ଘଡାଇ ହେଉଛନ୍ତି ୫ଥର ବିଧାୟକ ଆସନ ଅକ୍ତିଆର କରିଥିବା ପ୍ରଫୁଲ୍ଲ ଘଡାଇଙ୍କ ପୁଅ । ୨୦୦୯ରେ ସେ କୋରେଇରୁ ବିଧାୟକ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/JAJPUR-1-1.jpg)
/kanak/media/post_attachments/wp-content/uploads/2019/05/BARI-300x169.jpg)