କନକ ବ୍ୟୁରୋ : ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡିର ବାଜିମାତ । ଅତାବିରାରେ ୧୨ଟି ୱାର୍ଡରୁ ୧୧ଟି ୱାର୍ଡରେ ବିଜେଡି ବିଜୟୀ ହୋଇଥିବା ବେଳେ ହିନ୍ଦୋଳରେ ୧୬ଟି ୱାର୍ଡରୁ ୧୧ଟି ବିଜୟୀ ହୋଇଛି ଦଳ । ଉଭୟ ଅତାବିରା ଓ ହିନ୍ଦୋଳରେ ଚେୟାରମ୍ୟାନ ପଦ ମଧ୍ୟ ବିଜେଡି ଖାତାକୁ ଆସିଛି । ଏହି ବିଜୟକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ଉଭୟ ଅତାବିରା ଓ ହିନ୍ଦୋଳରେ ବିଜେଡିକୁ ଅଦ୍ଭୁତପୂର୍ବ ସଫଳତା ମିଳିଛି । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଦର୍ଶାଉଛି । ଆଗାମୀ ସାଧାରଣ ନିର୍ବାଚନରେ ମଧ୍ୟ ଏଭଳି ଫଳାଫଳ ପ୍ରତିଫଳିତ ହେବ ।
ସେହିଭଳି ଝାରସୁଗୁଡାରେ ବିଜେଡି ଏକତରଫା ଭାବେ ବିଜୟ ହାସଲ କରିବ । ଆଗୁଆ ପ୍ରାର୍ଥୀ ଘୋଷଣା ସହ ପର୍ଯ୍ୟବେକ୍ଷକ ଟିମକ କରି ନିର୍ବାଚନ ପାଇଁ ଦଳ ପ୍ରସ୍ତୁତି ଶେଷ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ସ୍ୱଗତଃ ନବ ଦାସଙ୍କ ପ୍ରତି ଥିବା ଲୋକଙ୍କ ଭଲପାଇବା ଆଗାମୀ ଉପ-ନିର୍ବାଚନରେ ପ୍ରତିଫଳିତ ହେବ । ବିରୋଧୀ ଯାହା କହିଲେ ବି କିଛି ପ୍ରଭାବ ପଡିବନି ବୋଲି କହିଛନ୍ତି ମାନସ ମଙ୍ଗରାଜ ।
ସେହିଭଳି ବିଜେଡି ବିଧାୟକ ସୁଶାନ୍ତ ରାଉତ କହିଛନ୍ତି, ଅତାବିରା ଓ ହିନ୍ଦୋଳ ନିର୍ବାଚନରେ ଅଭୁତପୂର୍ବ ସଫଳତା ପାଇଛୁ। ଦିନକୁଦିନ ଲୋକଙ୍କ ଭରସା ମୁଖ୍ୟମନ୍ତ୍ରୀଙ୍କ ଉପରେ ବଢିଚାଲିଛି। ବିଜେଡି କାମ କରୁଥିବା ବେଳେ ବିରୋଧୀ ବାକ୍ୟବାଣରେ ଅଛନ୍ତି। ଏହି ନିର୍ବାଚନ ୨୦୨୪ ପାଇଁ ସଂକେତ ଦେଇଛି। ଝାରସୁଗୁଡା ନିର୍ବାଚନ ଏକତରଫା ହେବ। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟଶୈଳୀ, ଲୋକପ୍ରିୟତା, ଲୋକାଭିମୁଖୀ ଯୋଜନା ଏହାର ମୁଖ୍ୟ ଆଧାର ପାଲଟିବ ।
Follow Us