ନିର୍ବାଚନ ଫଳାଫଳକୁ ନେଇ ଫାଇଭ-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ବଡ ଦାବି । କହିଲେ, ରେକର୍ଡ ବ୍ୟବଧାନ ସହ ଜିତିବ ବିଜେଡି ।

583

କନକ ବ୍ୟୁରୋ: ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ବଡ ଦାବି କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭି.କେ.ପାଣ୍ଡିଆନ । ସେ କହିଛନ୍ତି, ଏଥର ରେକର୍ଡ ବ୍ୟବଧାନ ସହ ତିନି- ଚତୁର୍ଥାଂଶ ଆସନରେ ଜିତିବ ବିଜେଡି ।

ଭୁବନେଶ୍ୱରରେ ଆୟୋଜିତ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ପାଣ୍ଡିଆନ କହିଛନ୍ତି, ନବୀନ ପଟ୍ଟନାୟକ ବଡ ବ୍ୟବଧାନରେ ଜିତି ପୁଣି ସରକାରକୁ ଆସୁଛନ୍ତି । ଲୋକସଭା ନିର୍ବାଚନରେ ବି ଦଳ ଗତଥରଠାରୁ ଭଲ ପ୍ରଦର୍ଶନ କରିବ । ସେଥିପାଇଁ ଲୋକଙ୍କଠାରୁ ଦୁଇଟି ଆଶୀର୍ବାଦ ଦରକାର । ପ୍ରଥମେ ବିଧାନସଭା ପାଇଁ ଓ ଅନ୍ୟଟି ଲୋକସଭା ପାଇଁ । ପ୍ରାର୍ଥୀଙ୍କୁ ଦେଖିବେ ନାହିଁ । ବରଂ ଭୋଟର ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନକୁ ଦେଖିବେ ବୋଲି କହିଛନ୍ତି ଭି.କେ.ପାଣ୍ଡିଆନ ।