ପିପିଲିରେ ୪୦ ହଜାରରୁ ଅଧିକ ଭୋଟରେ ଜିତିବ ବିଜେଡି : ପ୍ରମିଳା 

227

କନକ ବ୍ୟୁରୋ : ସେପ୍ଟେମ୍ବର ୩୦ରେ ପିପିଲି ପାଇଁ ପଡିବ ଭୋଟ । ଏନେଇ ଆଜି ତାରିଖ ଘୋଷଣା ପରେ ଚଳଚଞ୍ଚଳ ହୋଇ ଉଠିଛନ୍ତି ୩ ପ୍ରମୁଖ ଦଳ । ଖାସକରି ଶାସକ ବିଜେଡି ପିପିଲି ବାଜି ଜିତିବ ବୋଲି ଦୃଢ ଆଶାବାଦୀ ରହିଛି । ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ପିପିଲିରେ ବିଜେଡି ୪୦ ହଜାରରୁ ଅଧିକ ଭୋଟରେ ଜିତିବ । ରାଜ୍ୟ ସରକାରଙ୍କ ବିକାଶମୂଳକ ଓ ଜନହିତକାରୀ କାର୍ଯ୍ୟକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ । ବିରୋଧୀ ଯେତେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କଲେ ମଧ୍ୟ ଏହାର ପ୍ରଭାବ ଲୋକଙ୍କ ଉପରେ ପଡିବ ନାହିଁ । ପିପିଲିରେ ବିଜେଡି ନିଶ୍ଚୟ ବିଜୟ ଟିକା ପିନ୍ଧିବ ।

ପୂର୍ବରୁ ପିପିଲି ବିଜେଡିର ଗଡ ହୋଇ ରହି ଆସିଛି । ଦଳ ଏଠାରେ ଲଗାତାର ବିଜୟ ହାସଲ କରିଛି । ଦଳ ଗଠନ ପରଠାରୁ ବିଜେଡି ଏହି ଆସନରେ କେବେ ବି ପରାଜିତ ହୋଇନାହିଁ । ତେଣୁ ଏହି ଆସନରେ ପୁଣିଥରେ ବିଜୟ ଧ୍ୱଜା ଉଡାଇବାକୁ ଲକ୍ଷ୍ୟ ରଖିଛି ବିଜେଡି । ପୂର୍ବରୁ ଦିଙ୍ଗଗତ ପ୍ରଦୀପ ମହାରଥୀ ଲଗାତାର ବିଜେଡିକୁ ଏହି ଆସନରୁ ବିଜୟ ଭେଟି ଦେଉଥିଲେ । କିନ୍ତୁ ଗତ ନିର୍ବାଚନରେ ପ୍ରଦୀପଙ୍କୁ କଡା ଟକ୍କର ଦେଇଥିଲେ ବିଜେପି ପ୍ରାର୍ଥୀ । ତେଣୁ ଏଥର ପିପିଲି ଫାଇଟରେ ବାଜି ମାରିବାକୁ ବିଜେପି ବି ଗୋଟିଚାଳନା କରୁଛି । ବିଜେଡି ପକ୍ଷରୁ ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପି ଆଶ୍ରିତଙ୍କୁ ମୈଦାନକୁ ଓହ୍ଲାଇଛି ।