୨୨ ବର୍ଷ ପରେ ଲୋକେ ଆସ୍ଥା ପ୍ରକଟ କରୁଛନ୍ତି, ଏହା ଉପରେ ଗବେଷଣା ହେବା କଥା । ଝାରସୁଗୁଡାରେ ବି ଏକତରଫା ନିର୍ବାଚନ ହେବ : ଲେନିନ୍ ମହାନ୍ତି ।

୨୨ ବର୍ଷ ପରେ ଲୋକେ ଆସ୍ଥା ପ୍ରକଟ କରୁଛନ୍ତି, ଏହା ଉପରେ ଗବେଷଣା ହେବା କଥା । ଝାରସୁଗୁଡାରେ ବି ଏକତରଫା ନିର୍ବାଚନ ହେବ : ଲେନିନ୍ ମହାନ୍ତି ।

କନକ ବ୍ୟୁରୋ : ନିର୍ବାଚନରେ ହାର ଜିତ ଅଛି, ଲୋକେ ଏତେ ବର୍ଷ ପରେ ବି ବିଜେଡି ଉପରେ ଯେଉଁ ଆସ୍ଥା ପ୍ରକଟ କରୁଛନ୍ତି, ଏହା ଉପରେ ଗବେଷଣା ହେବା ଆବଶ୍ୟକ । ପଞ୍ଚାୟତସ୍ତରରେ ହୋଇଥିବା ବିଭିନ୍ନ ଉପ-ନିର୍ବାଚନର ଫଳାଫଳକୁ ନେଇ କିଛି ଏମିତି କହିଛନ୍ତି ବିଜେଡି ନେତା ଲେନିନ୍ ମହାନ୍ତି । ଯେବେ ବି ନିର୍ବାଚନ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜେଡି ଭଲ ପ୍ରଦର୍ଶନ କରିଛି । ୨୦୧୯ରେ ଏକତରଫା ନିର୍ବାଚନ ହୋଇଥିଲା, ୨୦୨୨ରେ ଯେତେବେଳେ ପଞ୍ଚାୟତ ଓ ପୌର ନିର୍ବାଚନ ହୋଇଥିଲା ସେତେବେଳେ ୩୦ଟି ଜିଲ୍ଲା ପରିଷଦ ଆସନ ଆମେ ହାତେଇଥିଲୁ । ଯେଉଁ ଉପନିର୍ବାଚନ ହୋଇଛି ସେଥିରେ ଆମେ ଭଲ ପ୍ରଦର୍ଶନ କରିଛୁ । ଲୋକେ ନେତୃତ୍ୱକୁ ଭଲ ପାଉଛନ୍ତି । ଉନ୍ନତି ଓ ପରିବର୍ତ୍ତନକୁ ଭଲ ପାଉଛନ୍ତି । ୧୧ଟି ପ୍ରଶ୍ନ କରିଥିଲେ, ୧୦ଟି ପ୍ରଶ୍ନ ଠିକ୍ କରିଛୁ ବା ୧୦ଟାରେ ଜିତିଛୁ ସେଇଟା ବଡ କଥା । ନିର୍ବାଚନରେ ହାର ଜିତ ଅଛି, କିନ୍ତୁ ୨୨ ବର୍ଷ ପରେ ବି ଲୋକେ ବିଜେଡି ଉପରେ ଆସ୍ଥା ପ୍ରକଟ କରୁଛନ୍ତି ତାହା ଉପରେ ଗବେଷଣା ହେବା ଦରକାର ।

ଝାରସୁଗୁଡାରେ ମଧ୍ୟ ଏକତରଫା ନିର୍ବାଚନ ହେବ । ଗୋଟିଏ ପଟେ ବିଜେଡି ରହିବ, ଅନ୍ୟପଟେ ଭାଗ କରି ବିଜେପି ଓ କଂଗ୍ରେସ ସନ୍ତୁଷ୍ଟ ରହିବେ । ଝାରସୁଗୁଡାରେ ଭାବି ନଥିବା ବ୍ୟବଧାନରେ ଜିତିବୁ, ଆପଣମାନେ ପୁଣି ଥରେ ପ୍ରଶଂସା କରିବେ । ଯେତିକି ଭୋଟରେ ସ୍ବର୍ଗତ ନବ ଦାସ ଜିତିଥିଲେ, ତାହା ଠାରୁ ଅଧିକ ମାର୍ଜିନରେ ଜିତୁବୁ ବୋଲି କହିଛନ୍ତି ଲେନିନ୍ ମହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe