ତେଲ ଦରକୁ ନେଇ ତାତିଲା ବିଜେଡି । ଆସନ୍ତା ୭ରୁ ତିନିଦିନ ପାଇଁ ପ୍ରତିବାଦ । ଅଭିଯୋଗ, ନିଜ କାନ୍ଧରୁ ଦାୟିତ୍ୱ ଖସାଉଛନ୍ତି ଧର୍ମେନ୍ଦ୍ର

31

କନକ ବ୍ୟୁରୋ: ତେଲ ଦର ବୃଦ୍ଧି ନେଇ ବିଜେଡି କରିବ ପ୍ରତିବାଦ । ଆସନ୍ତା ୭ ତାରିଖରୁ ତିନିଦିନ ଧରି ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବିଜେଡି । ରାଜ୍ୟର ପ୍ରତ୍ୟେକ ପେଟ୍ରୋଲ ପମ୍ପ ସମ୍ମୁଖରେ ନିରବ ପ୍ରତିବାଦ କରିବ ବିଜେଡି । ୭ରୁ ୯ ତାରିଖ ପର୍ଯ୍ୟନ୍ତ ୨ ଘଣ୍ଟା ପାଇଁ ବିଜେଡି ମହିଳା ମୋର୍ଚ୍ଚା, ଛାତ୍ର ବିଜେଡି ଏବଂ ବିଜୁ ଯୁବ ବାହିନୀ ପ୍ରତିବାଦ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ବିଜେଡି ନେତା ସଂଜୟ ଦାସବର୍ମା ।

ସେହିପରି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରି ବିଜେଡି କହିଛି ଯେ, ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ନେଇ କେନ୍ଦ୍ରମନ୍ତ୍ରୀ ହାତ ଟେକି ଦେଇଛନ୍ତି । ତୁରନ୍ତ ପେଟ୍ରୋଲ ସାମଗ୍ରୀକୁ ଜିଏସଟି ପରିଷରକୁ ଆଣିବା ପାଇଁ ବିଜେଡି ଦାବି କରିଛି । ଅନ୍ତର୍ଜାତୀୟ ବଜାରରେ ଡଲାରକୁନେଇ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ ବିଜେଡିର ନିଶାନା କହିଲେ ନିଜ ତ୍ରୁଟି ଘୋଡାଇବାକୁ ଏଭଳି ମନ୍ତବ୍ୟ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ।

bjd protest against petrol price hikeସେପଟେ ବିଜେପିର ପାଲଟା ଜବାବ, ରାଜନୀତିରେ ଏହା ଏକ ହୀନ ମାନସିକତା ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି । ଯେତେବେଳେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବୃଦ୍ଧି ହେଉଛି ସେତେବେଳେ ଏହାର ପ୍ରଭାବ ଭାରତ ଉପରେ ପଡୁଛି । ଏହାକୁ ରୋକିବା ପାଇଁ ଭାରତ ସରକାର ଅନେକ ପଦକ୍ଷେ ନେଉଛନ୍ତି । ଯଦି ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ସରକାର ପୋଟ୍ରୋଲ ଏବଂ ଡିଜେଲ ଉପରୁ ଭ୍ୟାଟ୍ ହ୍ରାସ କରନ୍ତେ ତେବେ ଏହାର ସୁଫଳ ରାଜ୍ୟବାସୀ ପାଇପାରିବେ ବୋଲି କହି ବିଜେଡି କୋର୍ଟକୁ ବଲ ଫିଙ୍ଗିଲା ବିଜେପି ।