ଏଥର ଖୁବ୍ ଜମିବ ଓଡ଼ିଶା ରାଜନୀତି । ନୂଆ ସରକାର ସହ ସଶକ୍ତ ବିରୋଧୀ । ବିରୋଧୀ ଭୂମିକାରେ ସରକାରକୁ ଘେରିବ ବିଜେଡି

755

କନକ ବ୍ୟୁରୋ: ୨୪ ବର୍ଷ ପରେ ଓଡ଼ିଶାକୁ ମିଳିବାକୁ ଯାଉଛି ନୂଆ ସରକାର । ଗତ ଦୁଇ ଦଶନ୍ଧି ଧରି ରାଜ୍ୟରେ ସରକାର ମଜଭୁତ ଥିବା ବେଳେ ବିରୋଧୀ କିନ୍ତୁ ଦୁର୍ବଳ ଥିବା କୁହାଯାଏ । ଯଦିଓ ଏଥର ସରକାର ବଦଳିଛି, କିନ୍ତୁ ବିରୋଧୀ ମଧ୍ୟ ସେହି ତୁଳନାରେ ବେଶ୍ ସଶକ୍ତ । ୨୦୧୪ ଓ ୨୦୧୯ରେ ବିଜେଡି ୧୦୦ରୁ ଅଧିକ ଆସନ ଜିତି ମଜଭୁତ ସରକାର ଗଢ଼ିଥିଲା । କିନ୍ତୁ ସେହି ତୁଳନାରେ ଦୁର୍ବଳ ଥିଲା ବିରୋଧୀ ବିଜେପି ଓ କଂଗ୍ରେସ । ୨୦୧୪ରେ ଯେଉଁଠି କଂଗ୍ରେସ ୧୬ ଆସନ ଥିବା ବେଳେ ବିଜେପି ୧୦ ଆସନ ଜିତିଥିଲା । ତେବେ ବିଜେଡି ୧୧୭ ଆସନ ପାଇ ଏକତରଫା ଭାନେ ନିର୍ବାଚନକୁ ଜିତି ନେଇଥିଲା । ସେହିପରି ୨୦୧୯ରେ ବିଜେଡି ୧୧୨ ଆସନ ପାଇଥିବା ବେଳେ ବିଜେପି ୨୩ ଏବଂ କଂଗ୍ରେସ ମାତ୍ର ୯ ଆସନ ପାଇଥିଲା । ଅର୍ଥାତ୍ ୨୦୧୪ ଓ ୨୦୧୯ରେ ମଜଜୁତ ସରକାର ବିରୋଧରେ ବେଶ୍ ଦୁର୍ବଳ ଥିଲେ ବିରୋଧୀ । କିନ୍ତୁ ଏଥର ବିରୋଧୀଙ୍କ ସ୍ଥିତି ପୂର୍ବାପେକ୍ଷା ସଶକ୍ତ ହୋଇଛି । କାରଣ ଯେଉଁ ଦଳ ଦଶନ୍ଧି ଦଶନ୍ଧି ଧରି ଶାସନ କରିଆସୁଥିଲା, ଆଜି ସେହି ଦଳ ବିରୋଧୀ । ଅର୍ଥାତ୍ ବିଜୁ ଜନତା ଦଳ ପ୍ରଥମଥର ବିଜେପି ବିରୋଧରେ ବିରୋଧୀ ହୋଇଛି । ୨୦୨୪ରେ ବିଜେପି ୭୮ ଆସନ ପାଇଥିବା ବେଳେ ବିଜେଡି ପାଇଛି ୫୧ ଆସନ । ଅର୍ଥାତ୍ ସରକାରକୁ ଘେରିବା ପାଇଁ ଏଥର ମଭଜୁତ ବିରୋଧୀ ପ୍ରସ୍ତୁତ ।