କନକ ବ୍ୟୁରୋ: ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ସାମିଲ ହେବ ବିଜେଡି । ଆଜି ନେଇ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରେସ ରିଲିଜ ଜାରି କରିଛନ୍ତି । ଏଥିରେ କୁହାଯାଇଛି, ଭାରତର ରାଷ୍ଟ୍ରମୁଖ୍ୟ ହେଉଛନ୍ତି ରାଷ୍ଟପତି । ଆଉ ପାର୍ଲାମେଣ୍ଟ, ଦେଶ ୧୪୦ କୋଟି ଲୋକଙ୍କୁ ପ୍ରତିନିଧିତ୍ୱ କରୁଛି । ଉଭୟ ଅନୁଷ୍ଠାନ ଭାରତୀୟ ଗଣତନ୍ତ୍ରର ପ୍ରତୀକ । ଏମାନଙ୍କ ସମ୍ମାନ ଓ ଗାରିମା ସବୁଦିନ ସୁରକ୍ଷିତ ରହିବା ଦରକାର । ବିଜେଡି ବିଶ୍ୱାସ କରୁଛି , ଏହି ସାମ୍ବିଧାନିକ ସଂସ୍ଥା କୌଣସି ବିବାଦରୁ ଉଦ୍ଧ୍ୱର୍ରେ ରହିବା ଦରକାର । ଏଭଳି ହେଲେ ସେମାନଙ୍କ ସମ୍ମାନରେ ଆଞ୍ଚ ଆସିପାରେ ।

Kanak News is now on WhatsApp
Join and get latest news updates delivered to you via WhatsApp
ନୂଆ ସଂସଦ ଭବନର ଉଦଘାଟନକୁ ତିନି ଦିନ ବାକି ଥିବା ବେଳେ ଏହାକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ରାଷ୍ଟ୍ରପତିଙ୍କୁ ଡକାଯାଇନଥିବାରୁ କଂଗ୍ରେସ ସମେତ ମୋଟ ୧୯ ବିରୋଧୀ ଦଳ ଉତ୍ସବକୁ ବହିଷ୍କାର କରିବାକୁ ଘୋଷଣା କରିଛନ୍ତି । ସମସ୍ତ ବିରୋଧୀ ଦଳ ପକ୍ଷରୁ ମିଳିତ ବିବୃତି ଜାରିକରାଯାଇଛି । ବିରୋଧୀ ଦାବି କରିଛନ୍ତି, ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି ନୂଆ ସଂସଦ ଭବନର ଉଦଘାଟନ କରନ୍ତୁ, ଯାହାକୁ ନେଇ ରାଜନୀତି ତେଜିଛି ।