ପିପିଲି ଉପନିର୍ବାଚନ ପାଇଁ ବିଜେଡି କରିବନି ରାଲି । କରୋନା ପାଇଁ ଦୂରେଇ ରହିବ ଦଳ

Advertisment
ନିର୍ବାଚନୀ ରାଲିକୁ ନା ପରେ ଟ୍ୱିଟରରେ ଟ୍ରେଣ୍ଡ କଲା ନବୀନଙ୍କ ନିଷ୍ପତ୍ତି । ସଂକ୍ରମଣ ଦୃଷ୍ଟିରୁ ପିପିଲିରେ ପ୍ରଚାର ନକରିବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ବିଜେଡି କରିବନି ରାଲି ଓ କ୍ୟାମ୍ପେନ । କରୋନା ପାଇଁ ଦୂରେଇ ରହିବ ଦଳ । ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନବୀନ ପଟ୍ଟନାୟକ ।

ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିଛନ୍ତି, ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ମୁଁ ସର୍ବଦା ଓଡିଶାର ଲୋକଙ୍କୁ ମୋର ପରିବାର ସଦସ୍ୟ ଭାବରେ ବିବେଚନା କରେ । ଦେଶରେ କରୋନା ସଂକ୍ରମଣ ବୃଦ୍ଧି କରୁଛି ତେଣୁ ଏଭଳି ଅତ୍ୟନ୍ତ ଗମ୍ଭୀର ପରିସ୍ଥିତିରେ ପିପିଲି ଉପନିର୍ବାଚନ ପାଇଁ କୌଣସି ସାଧାରଣ ସମାବେଶ କିମ୍ବା ରାଲି ସଭା ନକରିବାକୁ ନିଷ୍ପତ୍ତି ନେଇଛି ବିଜେଡି।

ଆହୁରି ମଧ୍ୟ ଲେଖିଛନ୍ତି, ଏକ ଦାୟିତ୍ୱପୂର୍ଣ୍ଣ ଦଳ ଭାବରେ ବିଜେଡି ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ପସନ୍ଦ କରିବ ନାହିଁ।  ଲୋକଙ୍କ ସେବା କରିବା ପାଇଁ ଆମେ ନିର୍ବାଚନ ପ୍ରତିଯୋଗିତା କରୁ । ଯଦି ଏହି ଅଭିଯାନର ଜୀବନ ପ୍ରତି ବିପଦ ରହିଛି, ତେବେ ମୁଁ ପ୍ରଚାରର ଅବଧି ଏବଂ ପଦ୍ଧତିର ପୁନର୍ବିଚାର କରିବାକୁ ରାଜନୈତିକ ଦଳଗୁଡିକ ଏବଂ ଜାତୀୟ ନିର୍ବାଚନ କମିଶନଙ୍କୁ ନିବେଦନ କରିବି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe