‘କାଳିଆ’ ପାଇଁ ଦିଲ୍ଲୀ ଯିବ ବିଜେଡି ! ବିଜେପି ଚାପରେ କାଳିଆ ଯୋଜନା ଟଙ୍କା ଅଟକା ଯାଉଥିବା ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେବ ଦଳ ।

197

କନକ ବ୍ୟୁରୋ : କାଳିଆ ପାଇଁ ଦିଲ୍ଲୀ ଯିବ ବିଜେଡି । ନିର୍ବାଚନ ଆରଚଣବିଧି ଲାଗୁ ହେବା ପରେ ପିଏମ କିଷାନ ଯୋଜନା ବଳବତର ଥିବା ବେଳେ କାହିଁକି କାଳିଆ ଯୋଜନା ଅଟକା ଯାଇଛି, ସେନେଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେବ ବିଜୁ ଜନତା ଦଳ । ପିଏମ କିଷାନ ଯୋଜନା ଠାରୁ ଆଗରୁ ଆରମ୍ଭ ହୋଇଥିବା କାଳିଆ ଯୋଜନାକୁ ଜାଣି ଶୁଣି ବିଜେପି ଚାପରେ ଅଟକା ଯାଇଥିବା ଅଭିଯୋଗ କରିିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର ।

ଏହାର ପୁନର୍ବିଚାର ପାଇଁ ବିଜେଡି ପୁଣିଥରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବ ବୋଲି ସେ କହିଛନ୍ତି । ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି କହିଛି, ବିଜେଡି କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା କରୁଛି । ପ୍ରସଙ୍ଗକୁ ନେଇ କଂଗ୍ରେସ, ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛି । ନିର୍ବାଚନ ଯେତିକି ପାଖଉଛି, ବିଜେପି-ବିଜେଡି ମଧ୍ୟରେ କାଦୁଅଫିଙ୍ଗା ରାଜନୀତି ସେତିକି ବଢୁଥିବା ପରିଲକ୍ଷିତ ହେଉଛି ।